CulturalFeaturedLatest

ୟୁଏଇରେ ଗୋଲଡେନ ଭିସା ପାଇଲେ ମୟୁରଭଞ୍ଜ ଝିଅ ବିଶ୍ବରୂପା

ମୟୁରଭଞ୍ଜ ୦୧।୦୭ : (ସଂକେତ୍ ଟିଭି) ୟୂନାଇଟେଡ ଆରବ ଏମିରେଟରୁ ଗୋଲଡେନ ଭିସା ପାଇଛନ୍ତି ବାରିପଦା ସହରର ଭଂଜପୁର ନିବାସୀ ସଂଗ୍ରାମ ମହାନ୍ତିଂକ ଝିଅ ବିଶ୍ଵରୂପା ମହାନ୍ତି (ମୋନା) । ସେ ପ୍ରଥମ ଓଡିଆ ଭାବରେ ଏହି ଗୌରବ ଅର୍ଜନ କରିବାରେ ସଫଳ ହୋଇଛନ୍ତି ।

ପିଲାଟି ଦିନରୁ ମୋନାଙ୍କର କଳାପ୍ରତି ବିଶେଷ ଅନୁରାଗ ଥିଲା। କଳା ସଂସ୍କୃତି ସୃଜନଶୀଳ ଶିଳ୍ପ ଏବଂ ସାଂସ୍କୃତିକ ପାରଦର୍ଶିତା ପାଇଁ ସେ ଏହି ଗୌରବର ଅଧିକାରୀ ହୋଇପାରିଛନ୍ତି। ବାପା ସଂଗ୍ରାମ ମହାନ୍ତି ଜଣେ ଉଚ୍ଚକୋଟୀର ଗୀତିକାର। ବିଶ୍ଵରୂପା କଳାରେ ନିଜର ପାରଦର୍ଶିତା ଦେଖାଇଥିବା ବେଳେ ତାଂକର ବଡ ଭଉଣୀ ଅର୍ଘ୍ୟରୂପା ଜଣେ ଗିତିକାର ଭାବେ ଅଲଇଣ୍ଡିଆ ରେଡିଓରେ ପରିଚିତ। ସାନ ଭଉଣୀ ବର୍ଣରୂପା ମଧ୍ୟ ଜଣେ ଉଚ୍ଚକୋଟୀର ଛଉ ନୃତ୍ୟଶିଳ୍ପୀ ଭାବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି।

ବିଶ୍ଵରୂପା ବାରିପଦାର ଥିବା ମୟୂରଭଂଜ ସ୍କୁଲ ଅଫ ଅ।ର୍ଟ ଏଣ୍ଡ କ୍ରାପ୍ଟ ରୁ କଳାରେ ଡିପ୍ଲୋମା ଶିକ୍ଷା ଲାଭ କରି ନୂଆଦିଲ୍ଲୀସ୍ଥିତ ନିଫ୍ଟ ରୁ ଫାଇନ ଅ।ର୍ଟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ପରେ ପରେ ଦୁବାଇରେ ଡିଜାଇନ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଅ।ରମ୍ଭ କରିଥିଲେ। ଗତ ୨୦୦୭ ମସିହାରୁ ନିଜ ପରିବାର ସହ ସେ ଦୁବାଇରେ ଅଛନ୍ତି। ଏବେ ବିଶ୍ୱରୂପା ଦୁବାଇର ଏକାଡେମିକ୍ କ୍ଷେତ୍ରରେ ଏବଂ ଡିଜାଇନ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ଆଠ ବର୍ଷ ହେବ ସକ୍ରିୟ ରହିଛନ୍ତି।

ସେ କହିଛନ୍ତି ଯେ ଏହି ଦୀର୍ଘକାଳୀନ ରହଣି ସହିତ ସାଂସ୍କୃତିକ ବିନିମୟ ଏବଂ ଅନ୍ୟ କଳାକାରମାନଙ୍କ ସହ ସହଭାଗୀତାରେ କାମ କରିବାର ସମ୍ଭାବନା ଦେଇଥାଏ। ଦିନକୁ ଦିନ ବିଶ୍ୱରେ ସାଂସ୍କୃତିକ ଐତିହ୍ୟ ବଢ଼ି ଚାଲିଛି। ଏଥିରେ ନିଜ ଦେଶର ସଂସ୍କୃତିକୁ ନେଇ ସେ ପ୍ରତିନିଧିତ୍ୱ କରୁଛନ୍ତି। ଏହାଦ୍ୱାରା ଗୋଟିଏ ଦେଶର ସଂସ୍କୃତି ଅନ୍ୟ ଦେଶର ସଂସ୍କୃତି ସହିତ ଆଦାନ ପ୍ରଦାନ ହୋଇପାରୁଛି ବୋଲି ସେ କହିଛନ୍ତି।

ୟୂନାଇଟେଡ ଆରବ ଏମିରେଟ ପକ୍ଷରୁ ତାଙ୍କୁ ମିଳିଥିବା ଏହି ସମ୍ମାନ ଜନକ ଗୋଲଡେନ ଭିଷା କେବଳ ତାଂକ ପରିବାରକୁ ନୁହେଁ ବରଂ ମୟୂରଭଂଜ ଜିଲ୍ଲାର ପ୍ରତ୍ୟେକଟି କଳାପ୍ରମୀଂକୁ ଖୁସି ଆଣିଦେଇପାରିଛି। ମୋନାଙ୍କ ଏହି ସଫଳତା ପାଇଁ ତାଙ୍କୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ଯପାଳ ଗଣେଷୀ ଲାଲ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୨୦୧୯ରେ ଏପରି ଭିସାର ବ୍ୟବସ୍ଥା ଆରମ୍ଭ କରିଥିଲା। ​​ଯେଉଁଥିରେ ଏହି ଭିସା ପାଞ୍ଚ କିମ୍ବା ୧୦ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ। ଏବଂ ଏହା ସ୍ୱୟଂଚାଳିତ ଭାବରେ ନବୀକରଣ କରାଯାଇଥାଏ। ମୁଖ୍ୟତଃ ଯେଉଁମାନେ କଳା, ସୃଜନଶୀଳତା, ସାହିତ୍ୟ ଏବଂ ସଂସ୍କୃତି, ଐତିହ୍ୟ ଇତିହାସ ଏବଂ ବିଜ୍ଞାନ କ୍ଷେତ୍ରରେ ପ୍ରତିଭାବନ ବ୍ୟକ୍ତିଙ୍କୁ ଏହି ଗୋଲଡେନ ଭିସା ଦିଏ ୟୁଏଇ।