EducationFeaturedLatest

ଅଗଷ୍ଟ ୧୬ରୁ ରାଜ୍ଯରେ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୂବନେଶ୍ବର, ୦୬/୦୮ : (ସଂକେତ ଟିଭି) କଲେଜ ଓ ବିଶ୍ୱବିଦ୍ୟାଳୟ ଚଳିତ ମାସ ୧୬ ତାରିଖରୁ ଖୋଲିବ। ୧୬ରୁ କ୍ଲାସରୁମରେ ଶିକ୍ଷାଦାନ ହେବା ସହିତ ହଷ୍ଟେଲ ମଧ୍ଯ ଖୋଲିବ । ଏନେଇ ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ଏହି ସୂଚନା ମୁତାବକ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଗଷ୍ଟ ୧୬ରୁ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନ୍‌ଲାଇନ୍‌ ମୋଡ଼୍‌ରେ ହିଁ ହେବ।