Latest

କାବୁଲ ସିରିଜ୍ ବିଷ୍ପୋରଣର ମାଷ୍ଟରମାଇଣ୍ଡକୁ ଡ୍ରୋନରେ ଉଡାଇଲା ଆମେରିକା

ଆମେରିକା ୨୮/୦୮: (ସଂକେତ୍ ଟିଭି) କାବୁଲ ବିସ୍ଫୋରଣର ବଦଲା ନେଲା ରାଷ୍ଟ୍ର ଆମେରିକା । ଆଫଗାନିସ୍ତାନର ନାଙ୍ଗରହାରରେ ଥିବା ISIS-K ଆଡ୍ଡା ଉପରେ ଡ୍ରୋନ ଆକ୍ରମଣ କରି ଆମେରିକା ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡଙ୍କ ସହ ସହ ଅନେକ ଆତଙ୍କବାଦୀଙ୍କୁ ହତ୍ଯା କରିଛି । ତେବେ ଏହି ଆକ୍ରମଣ ପୂର୍ବ ଯୋଜନା ଅନୁସାରେ ହୋଇଥିଲା । ଏଥିରେ ଜଣେ ହେଲେ ବି ସାଧାରଣ ଜନତାଙ୍କ ପ୍ରାଣହାନୀ ହୋଇନାହିଁ ବୋଲି ଆମେରିକା କହିଛି ।

ତେବେ କାବୁଲ ବିଷ୍ପୋରଣର ମାଷ୍ଟର ମାଇଣ୍ଡ ଅନ୍ୟ ଜଣେ ଆତଙ୍କବାଦୀଙ୍କ ସହ ଅଟୋରେ ଥିବା ବେଳେ ତାଙ୍କ ଉପରେ ଡ୍ରୋନ ବୋମା ବିଷ୍ପୋରଣ କରିଥିଲା । ଆଇଏସଆଇଏସ-କେର ହଜାରେରୁ ଅଧିକ ଆତଙ୍କବାଦୀ ନାଙ୍ଗାହାର ପ୍ରଦେଶରେ ଲୁଚି ରହିଥିବା ଜଣାପଡିଛି।

ଆଫଗାନିସ୍ତାନର ରାଜଧାନୀ କାବୁଲର ଏୟାପୋର୍ଟ ନିକଟରେ ସିରିଜ ବୋମା ପକାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଶହେରୁ ଅଧିକ ଲୋକଙ୍କ ପ୍ରାଣ ନେଇଥିଲା । ଏଥିରେ ୧୩ଜଣ ଆମେରିକୀୟ ସୈନ୍ଯ ଥିଲେ । ଏହି ଆକ୍ରମଣର ପରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ ଆମେ ଏହାର ଜବାବ ଦେବୁ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବୁ । କାବୁଲ ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ନିଜକୁ ଦାୟି କରିନେଲା ।