Latest

ଗଣେଷ ପୂଜା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ଭାସି ଛାତ୍ର ନିଖୋଜ

ବସ୍ତା ୧୨।୦୯ : (ପ୍ରଶାନ୍ତ ସେନାପତି) ଗଣେଷ ପୂଜା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ସୁବର୍ଣ୍ଣରେଖା ନଦୀରେ ବୁଡି ନାବାଳକ ନିଖୋଜ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ଠାରେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ରାଜଘାଟଠାରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ଜଣେ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଏକ ଘରୋଇ ଟ୍ୟୁସନର କିଛି ଛାତ୍ର ସୁବର୍ଣ୍ଣରେଖା ନଦୀର ବାରୁଣୀ ଘାଟ ନିକଟକୁ ଗଣେଶ ମୂର୍ତ୍ତି ବିସର୍ଜନ ପାଇ ଯାଇଥିଲେ । ଏହି ସମୟରେ ଅସାବଧାନତା ବସତଃ ତାଙ୍କ ଗୋଡ଼ ଖସି ଯିବାରୁ ତିନି ଜଣ ଛାତ୍ର ବୁଡି ଯାଇଥିଲେ । ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣେ ଛାତ୍ର ନିଖୋଜ ରହିଥିବା ସୂଚନା ମିଳିଛି । ତେବେ ଖବର ପାଇ ଜଳେଶ୍ବର ଓ ବସ୍ତା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି ।