Latest

ତେଲେଙ୍ଗା କଟୁରୀ ଧରି ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମସିଷ୍ଟଙ୍କୁ ଗୋଡାଇଲା ମଦ୍ୟପ ଯୁବକ

ବାଲେଶ୍ବର ୧୨।୦୯ : (ବୁଦ୍ଧେଶ୍ଵର ମଲ୍ଲିକ) ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଜଣେ ମଦ୍ୟପ ଯୁବକ ଆମ୍ବୁଲାନ୍ସ ଭଙ୍ଗାରୁଜା କରିବା ସହିତ ସେଥିରେ ଥିବା ଡ୍ରାଇଭର ଏବଂ ଫାର୍ମସିଷ୍ଟଙ୍କୁ ତେଲେଙ୍ଗା କଟୁରୀ ଧରି ଗୋଡାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ଯୁବକ ଜଣକ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରୁ ଗୋଟିଏ ତେଲେଙ୍ଗା କଟୁରୀ ଜବତ କରାଯାଇଛି ।

ସୂଚନା ଅନୁସାରେ, ୧୦୮ ଆମ୍ବୁଲାନ୍ସ ରୋଗୀ ଚିକିତ୍ସା ପାଇଁ ବାଲେଶ୍ଵର ହସ୍ପିଟାଲକୁ ଆଣିଥିଲା । ମେଡିକାଲରେ ରୋଗୀଙ୍କୁ ଛାଡ଼ିଲା ପରେ ହଠାତ୍ ଜଣେ ମଦ୍ୟପ ଯୁବକ ସ୍ତ୍ରୀ ଓ ପ୍ରସୂତି ବିଭାଗ ଆଡୁ ୧୦୮ ଆମ୍ବୁଲାନ୍ସ ପାଖକୁ ଆସି ତାର ଡୋରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ଶଶିକାନ୍ତ ଦାସ ଓ ଡ୍ରାଇଭର ତାକୁ ବିରୋଧ କରିବାରୁ ମଦ୍ୟପ ଯୁବକ ଉତ୍ୟକ୍ତ ହୋଇ ତେଲେଙ୍ଗା କଟୁରୀ କାଢି ଉଭୟଙ୍କ ଗୋଡାଇ ଥିଲା । ଦୁଇଜଣ ଜୀବନ ବିକଳରେ ଦୌଡ଼ି ହସ୍ପିଟାଲ ଫାଣ୍ଡିରେ ପହଞ୍ଚିଥିଲେ । ଫାଣ୍ଡି ଅଫିସର୍ ଆସିବାରୁ ଉକ୍ତ ମଦ୍ୟପ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଗୋଟିଏ ତେଲେଙ୍ଗା କଟୁରୀ ଜବତ କରିଛି ।