FeaturedLatestNews

ଅନୁଭବଙ୍କ ଜାମିନ ବିହୀନ ଗିରଫ ପରଓ୍ୱାନା ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ(ସଂକେତ ଟିଭି) : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଜାମିନ ବିହୀନ ଗିରଫ ପରଓ୍ୱାନା ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ନିର୍ଯାତନା ମାମଲାରେ ଅନୁଭବ କୋର୍ଟରେ ହାଜର ହୋଇ ନଥିବାରୁ ସ୍ୱତନ୍ତ୍ର ଜେଏମଏଫସି କୋର୍ଟ( ଏମଏଲଏ/ଏମପି) ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଥିଲେ । ଯାହାକୁ ଚାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆଜି ଏହାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଜାମିନ ବିହୀନ ପରୱାନା ଉପରେ ରହିତାଦେଶ ଲଗାଇଛନ୍ତି । ତେବେ ଅନୁଭବଙ୍କୁ ପୋଲିସ ଆଉ ଗିରଫ କରିପାରିବ ନାହିଁ । ସୂଚନା ଅନୁସାରେ, ମେ ୧୩ ତାରିଖରେ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଜେଏମଏଫସି କୋର୍ଟ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଥିଲେ । ଅଭିନେତ୍ରୀ ତଥା ପୂର୍ବତନ ପତ୍ନୀ ଏବଂ ବିଜେଡି ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଚାର୍ଜଫ୍ରେମ୍‌ ପାଇଁ ବାରମ୍ୱାର ହାଜର ନହେବାରୁ କୋର୍ଟ ଜାମିନ ବିହୀନ ପରୱାନା ଜାରି କରିଥିଲେ । ଏଥିପାଇଁ ପୁରୀଘାଟ ଥାନା ପୋଲିସକୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଏବଂ ଆସନ୍ତା ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ବେଳେ ଅନୁଭବ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।