CulturalFeaturedLatest

ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ପାଣି

ଭଦ୍ରକ ୧୩।୦୯ : (ସଂକେତ ଟିଭି) ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯାଇଥିବା ଦେଖିବାକୁ ମିଳିଛି । ଏଥିଯୋଗୁଁ ମନ୍ଦିରରେ ସକାଳ ନୀତି ଓ ମଙ୍ଗଳ ଆଳତୀ ବିଳମ୍ବ ହୋଇଛି । ସେପଟେ ମୋଟର ଚାଳିତ ପମ୍ପ ଦ୍ବାରା ମନ୍ଦିରରୁ ଜଳ ନିଷ୍କାସନ କରାଯାଉଥିବା ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।