EducationFeaturedLatest

ସମ୍ବଲପୁର ବିଶ୍ବବିଦ୍ଯାଳୟର ଓ୍ବେବସାଇଟ୍ ହ୍ଯାକ୍ କଲେ ପାକିସ୍ଥାନୀ ହ୍ଯାକର

ଭୁବନେଶ୍ବର, ୨୪/୧୦: (ସଂକେତ ଟିଭି) ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଓ୍ୱେବସାଇଟ୍ ହ୍ୟାକ୍ ହୋଇଯାଇଛି । ପାକିସ୍ତାନ ହ୍ୟାକରମାନେ ସମ୍ବଲପୁର ବିଶ୍ବବିଦ୍ଯାଳୟର ଗ୍ରୀଭାନ୍ସ ଓ୍ବେବସାଇଟକୁ ହ୍ୟାକ୍ କରିଛନ୍ତି ।

ସମ୍ବଲପୁର ବିଶ୍ବବିଦ୍ଯାଳୟର grievance.suniv.ac.in ଓ୍ବେବସାଇଟକୁ ହ୍ୟାକର ହ୍ୟାକ୍ କରଥିବା ଜଣାପଡିଛି | ସେଥିରେ ହ୍ୟାକ୍ ଡେଭିଲ କିଲର ଲେଖାଯାଇଛି । ଏହା ସହ ସବା ତଳେ ଅଲ ପାକିସ୍ତାନୀ ବୋଲି ମଧ୍ୟ ଲେଖାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଓ୍ବେବସାଇଟ ସେମିତି ଅବସ୍ଥାରେ ରହିଥିବାବେଳେ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ମିଳୁନି । ରବିବାର ଭାରତ ପାକିସ୍ତାନ ମ୍ୟାଚ୍ ରହିଥିବାବେଳେ ଗୋଟିଏ ଦିନ ପୂର୍ବରୁ ଏଭଳି କାଣ୍ଡ ସମସ୍ତଙ୍କୁ ଚକିତ କରିଛି ।