EducationFeaturedLatest

ଦୀପାବଳି ପରେ ଖୋଲିବ ସମସ୍ତ ବିଦ୍ଯାଳୟ, ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ବର, ୩୧/୧୦ : (ସଂକେତ ଟିଭି) ରାଜ୍ୟରେ ଦୀପାବଳିରେ ପରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ଯାଇପାରନ୍ତି ପ୍ରଥମରୁ ସପ୍ତମ ପିଲା । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଛି । ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି । ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀଦାସ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସ୍କୁଲ ଖୋଲିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଦୀପାବଳି ପରେ ପ୍ରଥମରୁ ସପ୍ତମ ଖୋଲିବା ପାଇଁ ଯୋଜନା କରାଯାଇଛି । ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି । ବର୍ତମାନ ଶ୍ରେଣୀଗୃହରେ ପ୍ରାୟ ୭୦ ପ୍ରତିଶତ ଉପସ୍ଥାପନ ଆସୁଛି। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନ୍ୟ ଶ୍ରେଣୀଗୁଡିକ ମଧ୍ୟ ଖୁବଶୀଘ୍ର ଖୋଲାଯିବ । ସରକାରଙ୍କର ସଂଶୋଧିତ ସିଲାବସ୍ ଅନୁସାରେ ପାଠ ପଢ଼ାଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ କୋରୋନା ପାଇଁ ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ମାତ୍ରାରେ ହ୍ରାସ ଆସିଥିବା ଯୋଗୁଁ ଧୀରେ ଧୀରେ ସ୍କୁଲ କଲେଜ ଖୋଲିବାରେ ଲାଗଛି । ଗତ ୨୫ ତାରିଖରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ସହ ଯୁକ୍ତ ଦୁଇ କ୍ଳାସ ଖୋଲାଯାଇଥିବା ବେଳେ ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ଏବେ ବିଚାରବିମର୍ଷ ଚାଲିଛି।