FeaturedLatestNewsPolitics

ଓଡିଶାରେ ମେଣ୍ଟ ନହେଲେ, ସରକାର ଗଢିବା ପାଇଁ ଲଢିବ ବିଜେପି : ଅମିତ୍ ଶାହ

ନୂଆଦିଲ୍ଲୀ (ସଂକେତ ଟିଭି) : ଓଡିଶାରେ ବିଜେପି ବିଜେଡି ସହିତ ମେଣ୍ଟ କରିବ କି ନାହିଁ ତାହା ରାଷ୍ଟ୍ରୀୟ ଅଧ୍ଯକ୍ଷ ନିଷ୍ପତ୍ତି ନେବେ । ଓଡିଶା ବିଜେବି-ବିଜେବି ମେଣ୍ଟକୁ ନେଇ ଅମିତ ଶାହ ଏଭଳି ଏକ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଓଡିଶାରେ ଏଥର ବିଜେପି ଭଲ କରିବ । ପୂର୍ବ ଅପେକ୍ଷା ଦଳ ଧୀରେ ଧୀରେ ନିଜର କ୍ଷମତା ବୃଦ୍ଧି କରିବାରେ ଲାଗିଛି । ଓଡିଶାରେ ଏକାକୀ ଲଢିଲେ ଆମେ ସରକାର ଗଢିବା ପାଇଁ ଲଢିବୁ । ତେଣୁ ପ୍ରଥମେ ମେଣ୍ଟ ହେବ କି ନାହିଁ ତାନେଇ ହେଉ । ତାପରେ ଯଦି ମେଣ୍ଟ ହେବ, ସେ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ । ସେହିପରି ବିଜେବି ଆମକୁ ସଂସଦରେ ପ୍ରସଙ୍ଗ ଭିତ୍ତିକରି ସମର୍ଥନ ଦେଇଛି । ଆମେ ଚାହୁଁଛୁ ଏନଡିଏ ର ସମସ୍ତ ଦଳକୁ ଏକାଠି କରିବା ପାଇଁ ।