CulturalFeaturedLatest

ଶାହାରୁଖ ଖାନ ୧୦ ଏବଂ ସଲମନ ଖାନ ୭ ଲକ୍ଷରେ ବିକ୍ରି ହେଲେ

ନୂଆଦିଲ୍ଲୀ ୦୭।୧୧: (ସଂକେତ୍ ଟିଭି) ଶାହରୁଖ ଖାନଙ୍କ ଠାରୁ ସଲମନ ଖାନ ପଛରେ ପଡିଛନ୍ତି । ଏହ ଦୁଇ ନାମ ଶୁଣିଲେ ଯେକୌଣସି ବ୍ୟକ୍ତି ବଲିଉଡ ଜଗତର ଦୁଇ ପ୍ରମୁଖ ମେଗାଷ୍ଟାରଙ୍କ କଥା ହିଁ ଚିନ୍ତା କରିବେ । କିନ୍ତୁ ଉଭୟ ଲୋକପ୍ରିୟ ଅଭିନେତା ବଲଉିଡ ଜଗତରେ ବେଶ ନାମ କମାଇବା ସହିତ ଦର୍ଶକ ମହଲରେ ଖୁବ୍ ଜଣାଶୁଣା ହୋଇଥିବା ବେଳେ କେହି ବି କାହାରିକୁ ସରି ନୁହନ୍ତି । ହେଲେ ଅନ୍ୟ ଏକ କ୍ଷେତ୍ରରେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ ପଛରେ ପକାଇ ଦେଇଛନ୍ତି । ଆଉ ତାହା ଦେଖାଯାଇଛି ଉତ୍ତରପ୍ରଦେଶର ଚିତ୍ରକୁଟରେ ଅନୁଷ୍ଠିତ ପ୍ରସିଦ୍ଧ ଗଧ ମେଳ।ରେ।

ଏଠାରେ ପ୍ରତବିର୍ଷ ଦୀପାବଳି ଅବସରରେ ଗଧ ମେଳା ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରୁ ଗଧ କିଣିବାକୁ ବ୍ୟବସାୟୀମାନେ ମୁଲଚାଲ କରି ଗଧ କିଣିଥାନ୍ତି। ଉତ୍ତରପ୍ରଦେଶର ଧାର୍ମିକ ସହର ଚିତ୍ରକୂଟ ଏବଂ ମନ୍ଦାକିନି ନଦୀ କୂଳରେ ପ୍ରାୟ ଶହେ ବର୍ଷ ଧରି ଅନୁଷ୍ଠିତ ହେଇ ଆସୁଥିହା ଏଗି ଗଧ ମେଳାରେ ସର୍ବାଧିକ ଗଧ ବିକ୍ରି ହୋଇଥିଲା । ଯାହାକି ଚଳିତବର୍ଷ ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଛି। ଚଳିତ ବର୍ଷ
ଅନୁଷ୍ଠିତ ଏହି ମେଳ।ରେ ଗଧକୁ ନେଇ ସର୍ବାଧିକ ମୂଳଚାଲ ହୋଇଥିବାବେଳେ ସର୍ବାଧିକ କାରବାର ଗଧ ବିକ୍ରିକୁ ନେଇ ମଧ୍ୟ ସମ୍ଭବ ହୋଇଛି।

ଏକ ଆକଳନ ଅନୁଯାୟୀ ଏହି ମେଳ।ରେ ଚଳତି ବର୍ଷ ପାଞ୍ଚ କୋଟିରୁ ଅଧିକ ଟଙ୍କାର କାରବାର ହୋଇଛି । ତେବେ ଗଧମାନଙ୍କ ମୂଲ୍ଯ ୧୦ ହଜାର ଟଙ୍କାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମ ହୋଇଥିବା ଜଣାପଡ଼ିଛି । ବିଶେଷକରି ଶାହରୁଖ ଖାନ, ସଲମନ ଖାନ ଏବଂ ଦୀପିକା ପାଦୁକୋନଙ୍କ ଭଳି ବଲଉଡ ଜଗତର ପ୍ରତିଷ୍ଠିତ ଅଭିନେତାଙ୍କ ନାମରେ ନାମିତ ଗଧଗୁଡିକର ସର୍ବାଧିକ କାରବାର ହୋଇଛି । ଏଥର ଶାହରୁଖ ନାମକ ଏକ ଗଧକୁ ଜଣେ ବ୍ୟକ୍ତି ଦଶ ଲକ୍ଷ ଟଙ୍କାରେ କିଣିଥିଲା ବେଳେ ସଲମନ ନାମକ ଗଧକୁ ସାତ ଲକ୍ଷ ଟଙ୍କା, ଋତିକ ରୋଶନ ଏବଂ ରଣବୀର ସିଂ ନାମକ ଗଧକୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡ଼ଛି । ସେହିପରି ‘ଦୀପିକା ନାମକ ଏକ ଗଧକୁ ଏକ ଲକ୍ଷ ପଚଶି ହଜାର ଟଙ୍କାରେ ବିକ୍ରି କରାଯାଇଛି।

ଚତ୍ରି କୂଟରେ ଦୀପାବଳି ଦିନ ଆୟୋଜିତ ଗଧ ମେଳାରେ ପାଞ୍ଚ ଦିନ ଧରି ଗୋରୁ ବ୍ୟବସାୟୀ ଏବଂ କ୍ରେତାଙ୍କ ଭିଡ ଜମଥିଲା। ବିଭିନ୍ନ ପ୍ରଜାତିର ଗଧ କିଣିବା ପାଇଁ ଅନେକ ରାଜ୍ୟରୁ ହଜାର ହଜାର ଲୋକ ଏହି ମେଳାରେ ଏକତ୍ରିତ ହୋଇଥିଲେ । ଏଥର ପ୍ରାୟ ପନ୍ଦର ହଜାରରୁ ଅଧିକ ଗଧଙ୍କୁ ବିକ୍ରି ପାଇଁ ମେଳ।କୁ ଅଣାଯାଇଥିଲା। ଏହି ଗଧମାନଙ୍କର ମୂଲ୍ୟ ଦଶ ହଜାରରୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଇଥିଲା।
ଗଧମାନଙ୍କର ଉଚ୍ଚତା ଅନୁଯାୟୀ ସେମାନଙ୍କ ନିଲାମ ପାଞ୍ଚ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଚାଲଥିଲା।

ସୂଚନା ଥାଉ କି ଚିତ୍ରକୂଟରେ ଗଧ ମେଳ।ର ପରମ୍ପରା ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ସମୟରୁ ଆରମ୍ଭ ହୋଇଥିଲା। ଏହି ମେଳାରୁ ଗଧ ଓ ଖଚରମାନଙ୍କୁ କିଣାଯାଇ ସେମାନଙ୍କୁ ମୋଗଲ ସେନାରେ ସାମିଲ କରାଯାଉଥଲା ।