FeaturedLatestLifestyle

ବିନା ଭିସାରେ ବୁଲିପାରିବେ ୫ଟି ଦେଶ

ନୂଆଦିଲ୍ଲୀ : (ସଂକେତ ଟିଭି) ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ନା କେବେ ବିଦେଶରେ ବୁଲିବାର ଇଛା ରହିଥାଏ । କିନ୍ତୁ ଭିସା ନମିଳିବା କାରଣରୁ ତାଙ୍କର ଇଛା ଇଛା ପୂରଣ ହୋଇପାରିନଥାଏ । କିନ୍ତୁ ଆମେ ଆପଣଙ୍କୁ ଏଭଳି କିଛି ଦେଶ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠିକୁ ଯିବା ପାଇଁ ଆପଣଙ୍କୁ ଭିସାର ଆବଶ୍ୟକତା ପଡେ ନାହିଁ । ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏଭଳି କିଛି ଦେଶର ସୂଚନା ଯେଉଁଠି ଆପଣ ବିନା ଭିସାରେ ବୁଲିାରିବେ ।

ଏହି ଦେଶ ଗୁଡିକ ହେଲା…ମାଲଦ୍ୱୀପ: ଯେଉଁମାନଙ୍କ ପାଖରେ ଭାରତୀୟ ପାସପୋର୍ଟ ରହିଛି ସେମାନେ ମାଲଦ୍ୱୀପରେ ୯୦ ଦିନ ପର୍ଯ୍ୟନ୍ତ ସହଜରେ ରହିପାରିବେ। ଏଠାରମଝି ସମୁଦ୍ରରେ ପାଣି ଖୁବ୍ ସ୍ୱଚ୍ଛ । ଯାହାକି ଆପଣଙ୍କୁ ମନକୁ ଖୁବ୍ ପସନ୍ଦ ଆସିବ ।

ମରିଶସ୍: ଏଠାର ଝରଣା ଦେଖିବାକୁ କୌଣସି ସ୍ୱର୍ଗ ଠାରୁ କମ୍ ନୁହେଁ । ଯାହା ପାଖରେ ଇଣ୍ଡିଆନ ପାସପୋର୍ଟ ରହିଛି ସେମାନେ ମରିସସରେ ୯୦ ଦିନ ପର୍ଯ୍ୟନ୍ତ ରହିପାରିବେ ।

ନେପାଳ: ଏଠକାର ଭାରତୀୟ ନାଗରିକ ନା କେବଳ ରହି ପାରିବେ ବରଂ କାମ ମଧ୍ୟ କରିପାରିବେ । ନେପାଳି ନାଗରିକ ମଧ୍ୟ ଭାରତରେ ରହିପାରିବେ ଓ କାମ କରିପାରିବେ । ପଶୁତିନାଥ ମନ୍ଦିର ହେଉ କିମ୍ବା ରାଜମହଲ ଲୋକ ନେପାଳ ଦେଖିବା ପାଇଁ ସାରା ବିଶ୍ୱରୁ ଏଠାକୁ ଆସିଥାନ୍ତି ।

ଇଣ୍ଡୋନେସିଆ: ଯଦି ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ରହିଛି ତେବେ ୩୦ ଦିନ ପର୍ଯ୍ୟନ୍ତ ଆପଣ ବିନା ଟେନସନରେ ଇଣ୍ଡୋନେସିଆରେ ବୁଲି ପାରିବେ । ଏଠାର ରାଜଧାନୀ ବାଲିକୁ ବୁଲିବା ଲୋକ ସବୁବେଳେ ଲୋକ ଦେଶ-ବିଦେଶରୁ ଆସିଥାନ୍ତି ।

ଭୁଟାନ: ଇଣ୍ଡିଆନ ପାସପୋର୍ଟ ଧାରକ ଭୁଟାନରେ ଆରାମରେ ରହି ପାରନ୍ତି । ଚୀନ ଓ ଭାରତ ମଧ୍ୟରେ ସ୍ଥିତ ଏହି ଦେଶ ପ୍ରାକୃତିକ ସୁନ୍ଦରତାରେ ଭରପୂର । ଏଠାରେ ମୋନେଷ୍ଟ୍ରି ଦେଖିବା ପାଇଁ ସାରା ବିଶ୍ୱର ଲୋକ ଏହି ସ୍ଥାନକୁ ଆସିଥାନ୍ତି ।