EntertainmentFeaturedGeneralLatest

ଭେଟେରାନ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି

କୋଲକାତା (ସଂକେତ ଟିଭି): ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭୩ବର୍ଷିୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା ।

ସୂଚନା ମୁତାବକ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେପଟେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ । ୭୩ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶରୀରରେ ସାମାନ୍ୟ ଅସ୍ଥିରତା ମଧ୍ୟ ଅନୁଭବ କରିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପୂର୍ବରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ କେମିତି ଅଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ବଲିଉଡ ସମେତ ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ମିଥୁନ ଅଭିନୟ କରିଛନ୍ତି । ବେଶ କିଛି ବର୍ଷ ବଲିଉଡରେ ରାଜ କରିବା ପରେ ଗତ କିଛି ଦିନ ହେବ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ । ଏବେ ପଶ୍ଚିମବଙ୍ଗ ବିଜେପି ରାଜନୀତିରେ ବେଶ ସକ୍ରିୟ ଅଛନ୍ତି ମିଥୁନ ।