FeaturedGeneralLatest

କତାର ଜେଲରୁ ମୁକ୍ତହେଲେ ଭାରତୀୟ ନୌସେନାର ୮ ଅଧିକାରୀ

ନୂଆଦିଲ୍ଲୀ (ସଂକେତ ଟିଭି) ଗୁପ୍ତଚର ମାମଲାରେ କତାର ଜେଲରେ ଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ କତାର୍ ମୁକ୍ତ କରିଛି । ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏନେଇ ଏକ ବିବୃତ୍ତି ଜାରି କରିଛନ୍ତି ।
ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା। ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା । ଭାରତର ଆବେଦନ ପରେ ଏହି ନୌସେନା ଅଧିକାରୀ ମାନଙ୍କ ବିରୋଧରେ ମୃତ୍ୟୁଦଣ୍ଡ କୋହଳ କରାଯାଇ ଜେଲଦଣ୍ଡରେ ପରିଣତ କରାଯାଇଥିଲା ।

ତେବେ ଆଜି କତାର ସେମାନଙ୍କୁ ମୁକ୍ତ କରିଛି । କତାର ନୌସେନା ଅଧିକାରୀଙ୍କୁ ମୁକ୍ତି ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ମୁକ୍ତ ହୋଇଥିବା ୮ ନୌସେନା ଅଧିକାରୀଙ୍କ ମଧ୍ୟରୁ ୭ ଜଣ ସୋମବାର ସକାଳେ ଭାରତ ଫେରିଛନ୍ତି । ନାଗରିକଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି ।