FeaturedGeneralLatestPolitics

ଆମ ଆଦମୀ ଦଳର ନେତା ମନୀଷ ସିସୋଡିଆଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ (ସଂକେତ ଟିଭି) ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିସୋଡିଆଙ୍କୁ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି । ସିସୋଡିଆ ୟୁପିର ଲକ୍ଷ୍ନୌରେ ତାଙ୍କ ଭଣଜାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ୧୨ ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି ।

ଏହାପୂର୍ବରୁ କୋର୍ଟ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ଭେଟିବା ପାଇଁ ସିସୋଡିଆକୁ ଅନୁମତି ମଧ୍ୟ ଦେଇଥିଲେ। ଏହି ସମୟ ମଧ୍ୟରେ ଡାକ୍ତରମାନେ ମନୀଷ ସିସୋଡିଆଙ୍କୁ ମଧ୍ୟ ଭେଟି ପାରିବେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ।