FeaturedGeneralLatest

କଂଗ୍ରେସ ଛାଡ଼ିଲେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ

ମୁମ୍ବାଇ(ସଂକେତ ଟିଭି) ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ସୋମବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ଅଶୋକ ଚୌହାନ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପାଟୋଲଙ୍କୁ ଏକ ଧାଡିରେ ଇସ୍ତଫା ପତ୍ରରେ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ମୁଁ ୧୨/୦୨/୨୦୨୪ ଦିନ ମଧ୍ୟାହ୍ନରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ମୋର ଇସ୍ତଫା ଦେଉଛି।

ଏନେଇ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ “ମୁଁ ଗଣମାଧ୍ୟମରୁ ଅଶୋକ ଚୌହ୍ୱାନଙ୍କ ବିଷୟରେ ଶୁଣିଥିଲି। ମାତ୍ର ବର୍ତ୍ତମାନ ମୁଁ କେବଳ କହିପାରିବି ଯେ କଂଗ୍ରେସର ଅନେକ ଭଲ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେହି ନେତାମାନେ କଂଗ୍ରେସରେ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି। ମୁଁ ନିଶ୍ଚିତ ଯେ କିଛି ବଡ ଚେହେରା କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ।