CrimeLatestNews

ଲାଞ୍ଚ ନେବା ବେଳେ ଧରାପଡିଲେ ପୋଲିସ ଏଏସଆଇ

କଟକ (ସଂକେତ ଟିଭି) : ୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଏଏସଆଇ ଆଲୋକ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତଙ୍କକ ଠାରୁ କେସରେ କୋହୋଳ ଦଫା ଲଗେଇବା ପାଇଁ ଟଙ୍କା ନେଉଥିଲା ବେଳେ ଧରାପଡ଼ିଥିଲେ । ଏହି ସମୟରେ ଭିଜିଲାନ୍ସର ଦୁଇ ଜଣିଆ ଟିମ୍ ଆଲୋକଙ୍କୁ କାବୁ କରିଥିଲେ। ତାଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରୁଛି ।