LatestNewsPolitics

ବିଜେଡିରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ଭୁବନେଶ୍ବର (ସଂକେତ ଟିଭି) : ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ସେ ଅଜି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶାସକ ଦଳରୁ ଇସ୍ତଫା ପରେ ସେ ବିଜେପିରେ ଯୋଗ ଦେବେ ।

ଅରବିନ୍ଦ ଢାଲି ଦଳ ଛାଡିବା ପରେ କହିଛନ୍ତି, ବହୁତ ଦିନ ବାହାରେ ରହିଗଲି । ଏବେ ଘରକୁ ବାହୁଡିବି । ଏହା ପଛରେ ଜନସମର୍ଥନ ମଧ୍ୟ ରହିଛି । ବିଜେଡି ସଭାପତିଙ୍କୁ ଇସ୍ତଫା ପତ୍ର ପଠେଇ ଦେଇଛି । ଆସନ୍ତାକାଲି(ରବିବାର) ମୋ ଦଳକୁ ଫେରିଯିବି । ବିଜେଡିରୁ କାହିଁକି ଇସ୍ତଫା ଦେଲି କାଲି ବିଜେପିରେ ସାମିଲ ହେବା ପରେ କହିବି । ମନ ହେଲା, ଇସ୍ତଫା ଦେଲି । ଯାହା ଘଟୁଛି ସବୁ ଇଶ୍ୱରଙ୍କ ଇଚ୍ଛା । ଯାହା ହେବ ଇଶ୍ୱରଙ୍କ ଇଚ୍ଛା । ବିଜେପି ଦଳର ମୁଖିଆଙ୍କ ଇଚ୍ଛାନୁସାରେ ମୁଁ କାର୍ଯ୍ୟ କରିବି ।

ଅରବିନ୍ଦ ଢାଲି ପୂର୍ବରୁ ବିଜେପି ଟିକେଟରୁ ମାଲକାନଗିରିରୁ ମଧ୍ୟ ବିଧାୟକ ହୋଇଥିଲେ । ସେ ବିଜେପି, ବିଜେଡି, ଭାରତୀୟ ଜନଶକ୍ତି ପାର୍ଟି ଏବଂ ସମାଜବାଦୀ ପାର୍ଟିରେ ରହି ଆସିଛନ୍ତି । ଆସନ୍ତାକାଲି ପୂର୍ବାହ୍ନରେ ସେ ବିଜେପିରେ ସାମିଲ ହେବେ ।

ଅରବିନ୍ଦ ବିଜେଡିରୁ ଦୁଇଥର ବିଧାୟକ ହୋଇଛନ୍ତି । ଅରବିନ୍ଦ ପୂର୍ବରୁ ତିନି ଥର ମାଲକାନଗିରିରୁ ବିଧାୟକ ହୋଇଥିଲେ । ଉକ୍ତ ସିଟ ସଂରକ୍ଷିତ ହୋଇଯିବା ପରେ ଜୟଦେବରୁ ଛିଡା ହୋଇ ୨ ଥର ବିଜୟ ହୋଇଥିଲେ ।