FeaturedLatestNewsPolitics

ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ବର (ସଂକେତ ଟିଭି) : ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡିରେ ଯୋଗ ଦେଇଛନ୍ତି । ଦୁଇ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ଓ ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଦଳକୁ ସ୍ୱାଗତ କରିଛନ୍ତି।

ବିଜେଡିରେ ଯୋଗ ଦେବା ପରେ ସୁକାନ୍ତ କହିଛନ୍ତି, ଆମେ ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । କିନ୍ତୁ ଅଭିମାନରେ ୨୦୧୯ରେ ବିଜେଡି ଛାଡିଥିଲୁ । ଯେଉଁ ଦଳରେ ଯୋଗ ଦେଇଥିଲୁ ସେ ଦଳରେ ଆମ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲାନି । କିନ୍ତୁ ପୁଣିଥରେ ବିଜେଡିକୁ ଫେରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆମର ଘରବାହୁଡା ହୋଇଛି । ନୀଳଗିରିରେ ବିକାଶର ଧାରାକୁ ଆଗକୁ ନେବାକୁ ବିଜେଡିରେ ମିଶିଛି ବୋଲି ସେ କହିଛନ୍ତି ।

ସୁକାନ୍ତ ନାୟକ ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ। ୨୦୧୯ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ।