EducationFeaturedLatest

ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଠିକ୍ ସମୟରେ ହେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର, ୨୪/୦୧: (ସଂକେତ୍ ଟିଭି) ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଯଥା ସମୟରେ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ । ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବାରୁ ପରୀକ୍ଷା ଘୁଞ୍ଚାଇବାର ଆବଶ୍ୟକତା ପଡ଼ି ନପାରେ । ଏଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଲାଗି ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଗତ କିଛି ଦିନର ସ୍ଥିତିକୁ ଲକ୍ଷ୍ୟ କଲେ, ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେଉଛି । ଏଣୁ ଦଶମ ଓ ଦ୍ୱାଦଶ ପରୀକ୍ଷା କରିବାକୁ ଆମେ ଚହୁଁଛୁ । ସଠିକ ସମୟରେ ପରୀକ୍ଷା କରାଇବା ଓ ରେଜଲ୍ଟ ବାହାର କରିବା ନେଇ ବିଭାଗ ଆଶାବାଦୀ ଅଛି । ମାଟ୍ରିକର ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍‌ଏ-୧) ପରୀକ୍ଷା ଶେଷ ହେଇଛି । ବିଶେଷ ପରିସ୍ଥିତିରେ ହୁଏତ ଏହି ନିଷ୍ପତ୍ତି ବଦଳିପାରେ । କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି। ଏଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଲାଗି ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।