CulturalFeaturedLatest

ମୃତ୍ୟୁ କେମିତି ଆସେ, ତାର ୫ଟି ଷ୍ଟେଜ୍‌କୁ ଦର୍ଶାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆମ ସମସ୍ତଙ୍କ ମନକୁ ଗୋଟିଏ କଥା ବାରମ୍ବାର ଆସେ କି ମୃତ୍ୟୁ ପରେ କ’ଣ ହୋଇଥାଏ । ମୃତ୍ୟୁ ସମୟରେ ମଣିଷ କିପରି ଅନୁଭବ କରିଥାଏ, ମୃତ୍ୟୁ ପରେ ମଣିଷ ଆଉଥରେ ଜନ୍ମ ନିଏ କି ନାହିଁ, ମୃତ୍ୟୁ ପରେ ମଣିଷ ସ୍ୱର୍ଗ ଅବା ମର୍ତ୍ତ୍ୟକୁ ଯାଇଥାଏ ଏପରି ଆହୁରି ଅନେକ । ଏହା ଉପରେ ଦୁର୍ଘଟଣା ଓ ଆପାତକାଳୀନ ବିଭାଗର ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥିବା ଡ. ଥୋମାସ ଫ୍ଲାଇସମନ ମୃତ୍ୟୁର ୫ଟି ଷ୍ଟେଜ୍‌କୁ ଦର୍ଶାଇଛନ୍ତି ।

ପାଖାପାଖି ତାଙ୍କ ଡାକ୍ତରୀ ସେବାର ୩୫ବର୍ଷର ଅନୁଭୂତି ଓ ଅଧ୍ୟୟନରୁ ସେ କହିଛନ୍ତି କି ତାଙ୍କ ଆଖି ସାମ୍ନାରେ ସେ ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ଦେଖିଛନ୍ତି । ଏଥିସହ ଏଭଳି କିଛି ବ୍ୟକ୍ତି ଯେଉଁମାନେ ମୃତ୍ୟୁମୁହଁକୁ ଯାଇ ବି ପୁଣି ଜୀବନଦାନ ପାଇଛନ୍ତି ସେମାନଙ୍କ ସହ ବି ଡ. ଥୋମାସ୍‌
କଥା ହୋଇଛନ୍ତି ।

ପ୍ରଥମ ଷ୍ଟେଜ୍ : ଏହି ଷ୍ଟେଜ୍‌ରେ ମଣିଷକୁ କିଛି ଶୁଣାଯାଇନଥାଏ । ସେ ଖୁବ୍ ଶାନ୍ତି ଅନୁଭବ କରିଥାଏ । ମଣିଷର ସବୁ ଡର, ସବୁ କଷ୍ଟ ଓ ସବୁ ଟେନ୍‌ସନ୍ ଦୂର ହୋଇଯାଇଥାଏ ।

ଦ୍ୱିତୀୟ ଷ୍ଟେଜ୍ : ଡକ୍ଟର ଥୋମାସଙ୍କ ଅନୁସାରେ ମୃତ୍ୟୁର ଦ୍ୱିତୀୟ ଷ୍ଟେଜ୍‌ରେ ବ୍ୟକ୍ତିଜଣକ ନିଜ ଶରୀରକୁ ଖୁବ୍ ହାଲ୍‌କା୍‌ ଅନୁଭବ କରିଥାଏ । ତାକୁ ଲାଗିଥାଏ କି ସେ ପବନରେ ଉଡ଼ୁଛି ।

ତୃତୀୟ ଷ୍ଟେଜ୍ : ଏହି ଷ୍ଟେଜ୍ ମଣିଷକୁ ଆଶ୍ୱସ୍ତି ଆଣିଦେଇଥାଏ । ମୃତ୍ୟୁମୁଖରୁ ଫେରିଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୮ ପ୍ରତିଶତ ବ୍ୟକ୍ତିଙ୍କ କହିବାନୁଯାୟୀ ସେମାନେ ଏହି ଷ୍ଟେଜ୍‌ରେ ଖୁବ୍ ଆରାମ ଅନୁଭବ କରିଥାନ୍ତି । ବାକି ୨ ପ୍ରତିଶତ ବ୍ୟକ୍ତି କୁହନ୍ତି କି ସେମାନଙ୍କୁ ଭୟଙ୍କର ଜୀବ ଦେଖାଯାଇଥାଏ ଓ ବିକଟାଳ ଶବ୍ଦ ଶୁଣାଯାଇଥାଏ । ଏଥିସହ ବିଭିନ୍ନ ଦିଗରୁ ଆସୁଥିବା ଦୁର୍ଗନ୍ଧରେ ତାଙ୍କ ନାକ ଫାଟି ପଡ଼ୁଥାଏ ।

ଚତୁର୍ଥ ଷ୍ଟେଜ୍ : ମୃତ୍ୟୁର ଏହି ଷ୍ଟେଜ୍‌ରେ ବ୍ୟକ୍ତିଜଣକ କ୍ଷୀପ୍ର, ଗରମ ଓ ନିଜ ଆଡକୁ ଆକର୍ଷଣ କରୁଥିବା ଏକ ଉଜ୍ୱଳ ଆଲୋକ ଦେଖିଥାନ୍ତି ଓ ତାହା କ୍ରମଶଃ ଅନ୍ଧକାରରେ ପରିଣତ ହୋଇଥାଏ ।

ପଞ୍ଚମ ଷ୍ଟେଜ୍ : ଏହି ଷ୍ଟେଜ୍‌ରେ ବ୍ୟକ୍ତିର ମୃତ୍ୟୁ ହୋଇସାରିଥାଏ । ଡକ୍ଟର ଥୋମାସ୍‌ଙ୍କ ସହ କଥା ହୋଇଥିବା ୧୦ ପ୍ରତିଶତ ବ୍ୟକ୍ତି ଯେଉଁମାନେ କି ମୃତ୍ୟୁ ପରେ ପୁଣି ଜୀବସତ୍ତାକୁ ଫେରିଆସିଛନ୍ତି ସେମାନେ କୁହନ୍ତି କି ମୃତ୍ୟୁ ପରେ ସେମାନେ ଏକ ସୁନ୍ଦର ଦୁନିଆକୁ ଚାଲିଯା’ନ୍ତି ଓ ସେଠାରେ ବେଶ୍ ଆରାମ ଅନୁଭବ କରନ୍ତି ।