FeaturedLatestSports

ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ କ୍ରୀଡ଼ାସୂଚୀ ଘୋଷିତ

ନୂଆଦିଲ୍ଲୀ (ସଂକେତ ଟିଭି) : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଶୁକ୍ରବାର ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଟି-୨୦ ବିଶ୍ଵକପ୍‌ରେ ଏଥର ୨୦ ଦଳ ଅଂଶଗ୍ରହଣ କରିବେ। ଏହା ଜୁନ ମାସରେ ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ ୯ ତାରିଖରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ।

ଟି-୨୦ ବିଶ୍ଵକପ୍‌ ୨୦୨୪ରେ ଭାରତର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍

ଭାରତ ବନାମ ଆୟରଲାଣ୍ଡ- ଜୁନ ୫, ନ୍ୟୁୟର୍କ

ଭାରତ ବନାମ ପାକିସ୍ତାନ- ଜୁନ ୯, ନ୍ୟୁୟର୍କ

ଭାରତ ବନାମ ଆମେରିକା- ଜୁନ ୧୨, ନ୍ୟୁୟର୍କ

ଭାରତ ବନାମ କାନାଡା- ଜୁନ ୧୫, ଫ୍ଲୋରିଡା