EntertainmentFeaturedLatest

ଦୈତାରୀ ପଣ୍ଡାଙ୍କ ବିରୁଦ୍ଧରେ ରୁଜୁ ହେଲା ମାମଲା

ବାଲେଶ୍ବର (ସଂକେତ ଟିଭି): ଓଡିଆ ଯାତ୍ରା ଜଗତର ଜଣେ ଅତି ଜଣାଶୁଣା ଖ୍ୟାତିସମ୍ପନ୍ନ ଅଭିନେତା ଦୈତାରୀ ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଛି । ବାଲେଶ୍ବର ଜିଲ୍ଲା ଔପଦା ଥାନାରେ ଆଜି ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି । ରାଜଧାନୀ ଅପେରା ଏବଂ ପାର୍ବତୀ ଗଣନାଟ୍ୟର ମୁଖ୍ୟକାର୍ଯ୍ଯ ନିର୍ବାହୀ ଅଧିକାରୀ ହରପ୍ରସାଦ ବାରିକ ଏହି ମାମଲା ରୁଜୁ କରିଛନ୍ତି ।

ଅଭିଯୋଗ ଅନୁସାରେ, ପବିତ୍ର ପାତ୍ରଙ୍କ ପ୍ରୟୋଜନାରେ ରାଜଧାନୀ ଅପେରା ଏବଂ ପାର୍ବତୀ ଗଣନାଟ୍ୟ ଚାଲିଥାଏ । ଦୈତାରୀ ପଣ୍ଡା ଚଳିତ ବର୍ଷ ପାଇଁ ପାର୍ବତୀ ଗଣନାଟ୍ୟରେ ଚୁକ୍ତି ବଦ୍ଧ କରିଥିଲେ । ଚୁକ୍ତିପତ୍ର ସ୍ବାକ୍ଷର ସମୟରେ ସେ ତାଙ୍କ ସଂପୂର୍ଣ୍ଣ ପାଉଣାର 60 ପ୍ରତିଶତ ଅର୍ଥ 15 ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ନେଇଥିଲେ । ଚୁକ୍ତି ମୁତାବକ ପାର୍ବତୀ ଗଣନାଟ୍ୟରେ ଆଖଡା ଘରେ ଜୁନ 21 ତାରିଖରୁ ଯୋଗଦେଇ ନିଜର ଦାୟିତ୍ବ ତୁଲାଇବା କଥା । ମାତ୍ର ଏପର୍ଯ୍ଯନ୍ତ ସେ ଯାତ୍ରା ପାର୍ଟିରେ ଯୋଗଦେଇନାହାଁନ୍ତି କି ଯାତ୍ରାପାର୍ଟି କର୍ମକର୍ତ୍ତାଙ୍କୁ ଧରାଛୁଆଁ ଦେଉନାହାଁନ୍ତି ।

ତେବେ ଏବର୍ଷ ଯାତ୍ରା ସିଜନ ପାଇଁ ପାର୍ବତୀ ଗଣନାଟ୍ୟ ବିଭିନ୍ନ ସ୍ଥାନରୁ 50 ଲକ୍ଷ ଟଙ୍କା ଅଗ୍ରୀମ ନେଇସାରିଛନ୍ତି । ତେବେ ସେ ଯାତ୍ରାପାର୍ଟିରେ ଯୋଗ ନଦେଲେ ପାର୍ବତୀ ଗଣନାଟ୍ଯ ବହୁ କ୍ଷତିର ସମ୍ମୁଖୀନ ହେବ ବୋଲି ଏଫଆଇଆର୍ ରେ ଦର୍ଶାଯାଇଛି ।