CulturalFeaturedLatest

ଦେଓଗରରେ ଉଦଘାଟିତ ହେଲା ନବନିର୍ମିତ ଅନ୍ତର୍ଜାତୀୟ ବିମାନ ବନ୍ଦର

ରାଞ୍ଚି (ସଂକେତ ଟିଭି): ଝାଡଖଣ୍ଡର ଦେଓଗରରେ ନବନିର୍ମିତ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟିନ କରିଛନ୍ତି । ଦେଓଗରରେ ଆୟୋଜିତ ଏକ କାର୍ଯ୍ୟରେ ଦେଓଗର ବିମାନ ବନ୍ଦନରୁ କୋଲକାତା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସର ପ୍ରଥମ ବିମାନର ଉଡାଣକୁ ସବୁଜ ପତାକା ଦେଖାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଦେଓଘର ବିମାନବନ୍ଦରର ସ୍ୱପ୍ନ ଦେଖିଥିଲୁ, ବର୍ତ୍ତମାନ ଏହା ପୂରଣ ହେଉଛି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ସହଜ କରିବ। ୧୬,୮୦୦କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପଗୁଡ଼ିକ ରାଜ୍ୟର ସଂଯୋଗ, ପର୍ଯ୍ୟଟନ ଏବଂ ବ୍ୟବସାୟିକ ଆଶାକୁ ସୁଦୃଢ଼ କରିବ। ବାବାଙ୍କ ଧାମକୁ ଆସିବା ପରେ ସମସ୍ତଙ୍କ ମନ ଖୁସି ହୋଇଯାଏ। ଆଜି ଆମ ସମସ୍ତଙ୍କୁ ଦେଓଘରରୁ ଝାଡଖଣ୍ଡର ବିକାଶ ଯାତ୍ରାକୁ ଆରମ୍ଭ କରିବାର ସୌଭାଗ୍ୟ ମିଳିଛି। ବାବା ବୈଦ୍ୟନାଥଙ୍କ ଆଶୀର୍ବାଦରେ ୧୬,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ସେ ଆହୁରି କହିଛନ୍ତି ଯେ, ୪ବର୍ଷ ପୂର୍ବେ ଦେଓଘର ବିମାନବନ୍ଦରର ମୂଳଦୁଆ ପକାଇବାକୁ ମୁଁ ସୁଯୋଗ ପାଇଥିଲି। କରୋନା ସତ୍ତ୍ବେ ଏହି କାମ ଆଗେଇ ଚାଲିଥିଲା, ସେଥିପାଇଁ ଏହା ଏବେ ଶେଷ ହୋଇପାରିଛି। ପ୍ରତିବର୍ଷ ପ୍ରାୟ ୫ଲକ୍ଷ ଯାତ୍ରୀ ଦେଓଘର ବିମାନବନ୍ଦରରୁ ଯାଇପାରିବେ। ଏହା ବାବାଙ୍କ ଭକ୍ତମାନଙ୍କୁ ମଧ୍ୟ ସୁବିଧା ଯୋଗାଇବ।

ଏହି ଅବସରରେ ଉପସ୍ଥିତ କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ କହିଥିଲେ, ଝାଡଖଣ୍ଡର ଡୁମକା, ବୋକାରୋ ଏବଂ ଜାମସେଦପୁରରେ ମଧ୍ୟ ବିମାନ ବନ୍ଦରକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହା ହାୱାଇ ଚପଲ ପିନ୍ଧୁଥିବା ଲୋକଙ୍କ ସୁଗମ ବିମାନ ଯାତ୍ରା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପନାକୁ ବାସ୍ତବିକ ରୂପ ଦେବା ଦିଗରେ ଏକ ବଡ ପଦକ୍ଷେପ ଅଟେ।

୨୦୧୮ ମସିହା ମେ ୨୫ ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଶ୍ରାବଣ ମାସରେ ଏଠାରେ ଶ୍ରାବଣୀ ମେଲାର ଆୟୋଜନ କରାଯାଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି । ପ୍ରତିଦିନ ପ୍ରାୟ ଏକରୁ ଦେଢ ଲକ୍ଷ ଯାଏଁ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି। ଏହି ମେଳା ଆରମ୍ଭ ହେବା ପୂର୍ବରୁ ଉଡାଣ ସେନା ଆରମ୍ଭ ହେବା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଲାଭ ପହଞ୍ଚାଇବ।