CulturalLatest

ସୁନାର ହୋଟେଲ, ଗୋଟିଏ ରାତି ପାଇଁ ଖର୍ଚ୍ଚ ହେବ ୧୯ ହଜାର ଟଙ୍କା

ନୂଆଦିଲ୍ଲୀ (ସଂକେତ ଟିଭି): ଭିଏତ୍‌ନାମ୍‌ର ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି, ଯାହାକୁ ଦେଖିଲେ ଆଖି ଝଲସିଯିବ । କାରଣ ଏହି ହୋଟେଲ୍‌ଟି ସମ୍ପୂର୍ଣ୍ଣଭାବେ ଗୋଲ୍ଡ ପ୍ଲେଟେଡ୍ । ଏହାର ବାହାର, ଭିତର କୋଠରି, ଏମିତିକି ଟଏଲେଟ୍‌, ବେସିନ୍ ସବୁକିଛି ଗୋଲ୍ଡ୍ ପ୍ଲେଟେଡ୍ । ଏଠାରେ ଗୋଟିଏ ରାତି ରହିବା ପାଇଁ ୧୯ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହାର ନାମ ‘ଡୋଲ୍ସ ହାନୋଇ ଗୋଲ୍ଡ୍ ଲେକ୍‌’ । ଏହା ହେଉଛି ପୃଥିବୀର ପ୍ରଥମ ସୁନାର ହୋଟେଲ୍ ।

ହୋଟେଲ୍‌ର ଲବି ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଛି । ଏଥିରେ ୨୦ ମିଲିୟନ୍‌ ଡଲାର୍ ଟଙ୍କା ଖର୍ଚ୍ଚ ହୋଇଛି । ହୋଟେଲ୍‌ରେ ପୁଲ୍‌, ବାସନ କୁସନ, ଟଏଲେଟ୍ ଆଦି ସବୁକିଛି ସୁନାରେ ତିଆରି ହୋଇଛି । ସୁନାର କପ୍‌ରେ କଫି ଓ ଚା’ ପିଇବାକୁ ଦିଆଯାଇଥାଏ । ହାନୋଇଠାରେ ୨୫ ମହଲା ବିଶିଷ୍ଟ ଏହି ହୋଟେଲ୍‌ଟି ଅବସ୍ଥିତ ।