FeaturedLatestSports

ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବଢାଇଲା ବିସିସିଆଇ

ନୂଆଦିଲ୍ଲୀ (ସଂକେତ ଟିଭି) ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ସେହିପରି ବ୍ୟାଟିଂ କୋଚ୍‌ ଭାବେ ବିକ୍ରମ ରାଥୋଡ, ବୋଲିଂ କୋଚ୍‌ ପାରସ୍‌ ହାମ୍‌ବ୍ରେଙ୍କ ଓ ଫିଲ୍ଡିଂ କୋଚ୍‌ ଟି ଦିଲ୍ଲୀପଙ୍କର କାର୍ଯ୍ୟକାଳ ବି ବୃଦ୍ଧି ପାଇଛି। ଆଜି ‘ଏକ୍ସ’ ଜରିଆରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେତେ ଦିନ ପାଇଁ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ବିସିିସିଆଇ ସ୍ପଷ୍ଟ ନକରିଥିଲେ ବି ରାହୁଲ ଅତି କମ୍‌‌ରେ ୨୦୨୪ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି।

ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପରେ ଚୁକ୍ତିନାମା ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ସେ ଏହି କାର୍ଯ୍ୟକାଳକୁ ଆଗକୁ ନେବାକୁ ସର୍ବସମ୍ମତି କ୍ରମେ ରାଜି ହୋଇଛନ୍ତି।

ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଦିଲ୍ଲୀ ଭାଜପା ନେତା ଗୌତମ ଗମ୍ଭୀର ମଧ୍ୟ ଦ୍ରାବିଡଙ୍କୁ ପୁଣିଥରେ କୋଚ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ଏକ ଭଲ କଥା କାରଣ ଟି-୨୦ ବିଶ୍ୱକପ ଆସୁଛି ଏବଂ ହଠାତ ସମଗ୍ର ସପୋର୍ଟ ଷ୍ଟାଫଙ୍କୁ ପରିବର୍ତ୍ତନ କରିହେବ ନାହିଁ। ଏହା ଭଲ ରାହୁଲ ଏହି ଚୁକ୍ତିନାମାକୁ ଗ୍ରହଣ କରିଛନ୍ତି। ଆମର ପ୍ରାଧାନ୍ୟତା ବଜାୟ ରଖିବାବେଳେ ଆମେ ଭଲ କ୍ରିକେଟ ଖେଳିପାରିବା ।