CulturalLatest

ଚା’ପତିର ଦାମ୍ ୯ କୋଟି ଟଙ୍କା

ନୂଆଦିଲ୍ଲୀ (ସଂକେତ ଟିଭି): ଚା’ପତି ଏତେ ଦାମ୍ ଯେ ଶୁଣି ଆଶ୍ଚର୍ଯ୍ୟ ଲାଗିବ । ୧କି.ଗ୍ରା ଚା’ପତିର ଦାମ୍‌ ୯ କୋଟି ଟଙ୍କା । ଏହାର ନାମ ହେଉଛି ଡା-ହୋଙ୍ଗ ପାଓ ଟିକି । ଚାଇନା, ଫୁଜିୟାନସ୍ଥ ବୁଇସାନ୍ ପ୍ରାନ୍ତରେ ଚାଷ ହେଉଥିବା ଏହି ଚା’ପତିର ଅନେକ ଉପକାରୀ ଗୁଣ ରହିଛି । ଏହାର ଉତ୍ପାଦନ ବହୁତ କମ୍ ହେଉଥିବାରୁ ଏହାର ମୂଲ୍ୟ ଏତେ ରହିଛି । ଏହାକୁ ଚାଷ କରିବା ବି ବହୁତ କଷ୍ଟକର । ପ୍ରଥମେ ଏହି ଚା’ର ଉତ୍ପାଦନ ଚାଇନାର ମିଙ୍ଗ୍‌ ଶାସନ ସମୟରେ ଆରମ୍ଭ ହୋଇଥିଲା ।

ଚାଇନାବାସୀଙ୍କ କହିବାନୁସାରେ ସେହି ସମୟରେ ମିଙ୍ଗ୍ ଶାସନର ମହାରାଣୀ ଖୁବ୍ ଅସୁସ୍ଥ ହୋଇଗଲେ । ବଞ୍ଚିବାର ସମ୍ଭାବନା ବି କମିଯାଇଥିଲା । ତାଙ୍କ ଉପରେ କୌଣସି ଔଷଧ କାମ ଦେଉ ନଥିଲା । ଏହାପରେ ସେ ଡା-ହୋଙ୍ଗ ପାଓ ଟିକି ଚା’ ପିଇବା ଆରମ୍ଭ କରିଥିଲେ । ଆଉ ସେ କିଛି ଦିନ ଭିତରେ ସୁସ୍ଥ ହୋଇଗଲେ । ଏହାପରେ ମହାରାଜା ଖୁସି ହୋଇ ଆଦେଶ ଦେଇଥିଲେ ଯେ, ଏହି ଚା’ର ବହୁଳ ଚାଷ କରାଯାଉ । ରାଜା ଲମ୍ବେ ଚୋଙ୍ଗେଙ୍କ ନାମାନୁସାରେ ଚା’ର ନାମ ଡା- ହୋଙ୍ଗ ପାଓ ଟିକି ରଖାଗଲା ।