ଖରାପ ସଙ୍ଗତରେ ପଡ଼ି ଅବାଟକୁ ଚାଲିଯାଇଛି ବାବୁସାନ : ଅପରାଜିତା ମହାନ୍ତି

ଭୁବନେଶ୍ବର (ସଂକେତ ଟିଭି): ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ । ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି।

ଅପରାଜିତା କହିଛନ୍ତି ‘ବାବୁସାନ ଗୋଟିଏ ବହୁତ ଭଲ ଛୁଆ। ବହୁତ ସ୍ନେହୀ। ବହୁତ ଗେହ୍ଲା। ସେ ବହୁତ ଭଲ ପାଇବା ଚାହେଁ। ତା’ର ମୋ ସହିତ ସବୁବେଳେ କଳି,ଝଗଡ଼ା, ଗେଲ, ଆଦର ଚାଲିଥାଏ। ତା’ ବାପା,ମା’, ସ୍ତ୍ରୀ ଓ ପିଲାକୁ ବହୁତ ଭଲ ପାଏ। ତାକୁ ସମସ୍ତେ ଭଲ ପାଆନ୍ତି। କାମ ତା’ ପାଇଁ ଜୀବନ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନେଇ ତା’ର ବହୁତ ସ୍ୱପ୍ନ ଅଛି। ତା’ କାମ ଭିତରେ ସେ ବୁଡ଼ି ରହେ। ସେ ବହୁତ ଟ୍ୟାଲେଣ୍ଟେଡ୍ ପିଲା।

କିନ୍ତୁ ଏ ଦେଢ଼/ଦୁଇ ବର୍ଷ ଭିତରେ କୋଭିଡ୍ ସମୟରେ କେଉଁ ସଙ୍ଗତରେ ପଡ଼ିଲା, କ’ଣ ତା’ ସାଙ୍ଗରେ ହେଲା- ମୁଁ କିଛି ବି ଜାଣିପାରିଲିନି। ତା’ କ୍ୟାରେକ୍ଟର ପୂରା ବଦଳିଗଲା। ତା’ କଥାବାର୍ତ୍ତା ଶୈଳୀ ବଦଳିଗଲା। ବୁଝେଇଲେ ବି ବୁଝେନି। କେତେବେଳେ ଘରକୁ ଆସେ କେତେବେଳେ ଆସେନି। କଥା କଥାରେ ରାଗି ଯାଏ ବୋଲି ଅପରାଜିତା କହିଛନ୍ତି।