BusinessFeaturedLatest

ଗୋଟିଏ ଲିଟର ଡିଜେଲରେ କେତେ କି.ମି. ଗଡ଼େ ଟ୍ରେନ?

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତି ଟ୍ରେନରେ ଯାତ୍ରା କରନ୍ତି । ଭାରତୀୟ ରେଳବାଇରେ ଥିବା ଟ୍ରେନ୍ ଗୁଡିକ ଇଲେକ୍ଟ୍ରିକ୍‌, ଡିଜେଲ ଇଞ୍ଜିନରେ ଚାଲିଥାଏ । ତେବେ ଡିଜେଲ ଟ୍ରେନର ମାଇଲେଜ୍ କେତେ ଆପଣ ଜାଣନ୍ତି କି ? ଡିଜେଲ ଟ୍ରେନ ଇଞ୍ଜିନ୍‌ର ମାଇଲେଜ୍ ଅନେକ କାରଣ ଉପରେ ନିର୍ଭର କରିଥାଏ । ଡିଜେଲ ଇଞ୍ଜିନରେ ଚାଲୁଥିବା ୧୨ ଟି କୋଚ୍‌ର ଏକ ଯାତ୍ରୀବାହୀ ଟ୍ରେନ୍ ୬ ଲିଟରରେ ଏକ କିଲୋମିଟର ମାଇଲେଜ୍ ଦେଇଥାଏ । ୨୪ କୋଚ୍ ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ୬ ଲିଟରରେ ଏକ କିଲୋମିଟର ମାଇଲେଜ୍ ଦେଇଥାଏ ।

ପ୍ରାୟତଃ ଷ୍ଟେସନରେ ଛିଡ଼ା ହୋଇଥିବା ଟ୍ରେନ୍‌ର ଇଞ୍ଜିନ୍ ଚାଲୁ ରହିଥାଏ । ଡିଜେଲ ଇଞ୍ଜିନ୍ ଚାଲିବା ପଛରେ ଦୁଇଟି ବଡ଼ କାରଣ ରହିଛି । ପ୍ରଥମ କାରଣଟି ହେଉଛି ଡିଜେଲ ଇଞ୍ଜିନ୍ ବନ୍ଦ କରିବା ପରେ ବ୍ରେକ ପାଇପ୍‌ର ଚାପ ବହୁତ କମ୍‌ ହୋଇଯାଏ, ଯାହା ସମାନ କ୍ଷମତାକୁ ଫେରିବା ପାଇଁ ବହୁତ ସମୟ ଲାଗିଥାଏ । ଦ୍ୱିତୀୟ କାରଣ ଟି ହେଉଛି ଯେ, ଡିଜେଲ ଇଞ୍ଜିନ୍ ଆରମ୍ଭ କରିବା ପାଇଁ ସାଧାରଣତଃ ୨୦ ରୁ ୨୫ ମିନିଟ୍ ସମୟ ଲାଗିଥାଏ । ତେଣୁ, ଡିଜେଲ ଇଞ୍ଜିନକୁ ବନ୍ଦ କରିବା ପରିବର୍ତ୍ତେ ଚାଲିବା ଠିକ୍ ବୋଲି ବିବେଚନା କରାଯାଏ ।