EducationFeaturedLatest

ସ୍ବତନ୍ତ୍ର ଓଜେଇଇ ଆବେଦନର ଅବଧି ଅଗଷ୍ଟ ୧୪ ଯାଏଁ ବଢିଲା

ଭୁବନେଶ୍ବର : (ସଂକେତ୍ ଟିଭି) ଦ୍ବିତୀୟ ସ୍ବତନ୍ତ୍ର ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପାଇଁ ଆବେଦନର ଅବଧି ଆସନ୍ତା ୧୪ ତାରିଖ ଯାଏଁ ବୃଦ୍ଧି ହୋଇଛି । ତେବେ ଏହାପରେ ଏଥିନିମନ୍ତେ ଆଉ ତାରିଖ ବୃଦ୍ଧି ହେବ ନାହିଁ ବୋଲି ଓଜେଇଇ ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ଅଗଷ୍ଟ ୧ ତାରିଖରୁ ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ହେଉଥିବା ପ୍ରବେଶିକା ପରୀଶ୍ରା ସ୍ବତନ୍ତ୍ର ଓଜେଇଇ ଲାଗି ଆବେଦନ ଆରମ୍ଭ ହୋଇଥିଲା । ୭ ତାରିଖ ଆବେଦନ ପାଇଁ ଶେଷ ଦିନ ରହିଥିଲା । ସେହିପରି ଜେଇଇ ମେନ ଓ ଓଜେଇଇ ଦେଇଥିବା ଛାତ୍ରଛାତ୍ରୀ ସ୍ବତନ୍ତ୍ର ଓଜେଇଇ ଦେଇପାରିବେ ନାହିଁ । ତେବେ ପ୍ରଥମ ପର୍ଯ୍ୟାୟ ଜେଇଇ ପାଇଁ କାଉନ୍ସେଲିଂ ପ୍ରକ୍ରିୟା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବାକୁ ହେଲେ www.ojee.nic.in ଏହି ୱେବସାଇଟ ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।