FeaturedLatestSports

ଦିନିକିଆ କ୍ରିକେଟର ଅବସର ନେଲେ ଅଷ୍ଟ୍ରେଲୀୟ ବ୍ୟାଟର ଡେଭିଡ୍ ୱାର୍ଣ୍ଣର

ନୂଆଦିଲ୍ଲୀ (ସଂକେତ ଟିଭି) : ଅଷ୍ଟ୍ରେଲିଆର ଓପନର ବ୍ୟାଟର ଡେଭିଡ୍ ଓ୍ବାର୍ଣ୍ଣର ଟେଷ୍ଟ ପରେ ଦିନିକିଆକୁ ସନ୍ୟାସ ନେଇଛନ୍ତି। ବିଶ୍ବକପରେ ଅବସର ନେଇ ଘୋଷଣା କରିଥିଲେ ମଧ୍ୟ କେବେ ନେବେ ସ୍ପଷ୍ଟ କରି ନଥିଲେ ହେଲେ ୨୦୨୪ ନୂଆବର୍ଷ ଏହାର ବିଧିବଦ୍ଧ ଘୋଷଣା କରିଛନ୍ତି । ପାକିସ୍ତାନ ସହିତ ଅନ୍ତିମ ଟେଷ୍ଟ ମ୍ୟାଚର ଦୁଇ ଦିନ ପୂର୍ବରୁ ସେ ଦିନିକିଆ କ୍ରିକେଟକୁ ଆଲବିଦା କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଦିନିକିଆରୁ ନିଜ ଅବସର ଘୋଷଣା କରି ୱାର୍ଣ୍ଣର କହିଛନ୍ତି, ନଭେମ୍ବରରେ ଭାରତ ବିପକ୍ଷ ବିଶ୍ୱକପ ଫାଇନାଲ ୫୦ ଓଭର ଫର୍ମାଟରେ ତାଙ୍କର ଶେଷ ମ୍ୟାଚ୍ ଥିଲା । ମୁଁ ନିଶ୍ଚିତ ଭାବେ ଦିନିକିଆ କ୍ରିକେଟରୁ ଅବସର ନେଉଛି। ଭାରତରେ ବିଶ୍ୱକପ୍ ବେଳେ ମୁଁ ଏହା କହିଥିଲି । ଏହା (ବିଶ୍ବକପ୍ ବିଜୟ)ବାସ୍ତବରେ ଏକ ବଡ଼ ସଫଳତା । ମୁଁ ଜାଣେ ଚାମ୍ପିଅନ୍ସ ଟ୍ରଫି ଆସୁଛି । ଯଦି ମୁଁ ଦୁଇ ବର୍ଷ ପରେ ମଧ୍ୟ ଭଲ କ୍ରିକେଟ୍ ଖେଳୁଥାଏ ଏବଂ ସେମାନଙ୍କୁ (ଅଷ୍ଟ୍ରେଲିଆ) ଆବଶ୍ୟକ ପଡ଼େ, ତେବେ ମୁଁ ଉପଲବ୍ଧ ହେବି।

୩୭ ବର୍ଷିୟ ଡେଭିଡ୍ ଓ୍ବାର୍ଣ୍ଣର ୨୦୨୩ ବିଶ୍ବକପ ସମୟରେ ଦିନିକିଆରୁ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏହାର ବିଧିବଦ୍ଧ ଘୋଷଣା କରିନଥିଲେ । ନିଜ ପରିବାର ସହିତ ଅଧିକ ସମୟ ବିତାଇବାକୁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ମାତ୍ର ଚାମ୍ପିଅନ୍ ଟ୍ରଫିରେ ଶୀର୍ଷ ବ୍ୟାଟର ପାଇଁ ଅବଶ୍ୟକ ପଡ଼ିଲେ ପୁଣି ଥରେ ଅଷ୍ଟ୍ରେଲିଆ ଟିମକୁ ଫେରିପାରନ୍ତି କହିଛନ୍ତି । ଚାମ୍ପିଅନ୍ ଟ୍ରଫିରେ ୨୦୨୫ରେ ହେବାକୁ ଯାଉଛି ।

ୱାର୍ଣ୍ଣର ମୋଟ ୧୬୧ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ହାରାହାରି ୪୫.୩୦ ଏବଂ ୯୭.୨୬ ଷ୍ଟ୍ରାଇକ୍ ହାର ସହ ୬୯୩୨ ରନ୍ କରିଛନ୍ତି। ଏଥିରେ ୨୨ ଶତକ ଏବଂ ୩୩ ଅର୍ଦ୍ଧଶତକ ରହିଛି ଜ୍ଝ ୱାର୍ଣ୍ଣର ଜାନୁଆରୀ ୨୦୦୯ରେ ହୋବର୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ରିକି ପଣ୍ଟିଂ, ଆଡାମ ଗିଲଖ୍ରୀଷ୍ଟ, ମାର୍କ ୱଗ୍, ମାଇକେଲ କ୍ଲାର୍କ ଏବଂ ଷ୍ଟିଭ ଓ୍ବଗଙ୍କ ପରେ ଓ୍ବାର୍ଣ୍ଣର ହେଉଛନ୍ତି ଅଷ୍ଟ୍ରେଲିଆର ଷଷ୍ଠ ସର୍ବାଧିକ ରନ୍ ସ୍କୋରର୍। ଟେଷ୍ଟ ଫର୍ମାଟରେ ୱାର୍ଣ୍ଣର ଏପର୍ୟ୍ୟନ୍ତ ୧୧୧ଟି ମ୍ୟାଚ୍ ଖେଳିଛନ୍ତି । ସେ ଏହି ଫର୍ମାଟରେ ହାରାହାରି ୪୪.୫୮ରେ ୨୬ ଶତକ ଓ ୩୬ ଅର୍ଦ୍ଧଶତକ ସହ ୮୬୯୫ ରନ୍ କରିଛନ୍ତି।