BusinessFeaturedLatest

ହ୍ବାଟ୍ସଆପ୍ ଆପର ୩ଟି ନୂଆ ଫିଚର: ବିନା ନୋଟିଫିକେସନରେ ଗୃପରୁ ହୋଇପାରିବେ ଏକ୍ଜିଟ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ହ୍ବାଟ୍ସଆପ୍ ଏକ ନୂଆ ଫିଚର୍ ଲଞ୍ଚ କରିଛି । ଏଣିକି ହ୍ବାଟ୍ସଆପ୍ ଗ୍ରୁପରୁ ଏକ୍ଜିଟ୍ ହେଲେ ଅନ୍ୟ ସଦସ୍ୟଙ୍କୁ ନୋଟିଫିକେସନ ମିଳିବ ନାହିଁ । ଅନ୍ୟମାନଙ୍କୁ ବିନା ନୋଟିଫିକେସନରେ ଆପଣ ହ୍ବାଟ୍ସଆପ୍ ଗ୍ରୁପ ରୁ ଏଗଜିଟ ହୋଇପାରିବେ ।

ସୂଚନା ଅନୁଯାୟୀ, ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ତିନୋଟି ନୂଆ ଫିଚର୍ ଲଞ୍ଚ୍ କରିବା ନେଇ ଘୋଷଣା ହୋଇଛି । ଏହି ଫିଚର୍ ଦ୍ବାରା କୌଣସି ହ୍ବାଟ୍ସଆପ୍ ଗ୍ରୁପରୁ ଆପଣ ବିନା ନୋଟିଫିକେସନରେ ଏକ୍ଜଜିଟ ହୋଇପାରିବେ । ଏହି ନୋଟିଫିକେସନ କେବଳ ଗ୍ରୁପ ଆଡମିନ୍ ପାଖକୁ ହିଁ ଯିବ । ଗ୍ରୁପର ଅନ୍ୟ ସଦସ୍ୟ ମାନଙ୍କ ନିକଟକୁ କୌଣସି ପ୍ରକାରର ନୋଟିଫିକେସନ ଯିବ ନାହିଁ । ଚଳିତ ମାସ ସୁଦ୍ଧା ବିଶ୍ବର ସମସ୍ତ ବ୍ୟବହାରକାରୀଙ୍କୁ ଏହି ସୁବିଧା ମିଳିବ ବୋଲି ମାର୍କ ଜୁକରବର୍ଗ କହିଛନ୍ତି ।

ସେହିପରି ହ୍ବାଟ୍ସଆପ୍ ଅନ୍‌ଲାଇନ୍ ନେଇ ନୂଆ ଫିଚର୍ ଲଞ୍ଚ କରିବାକୁ ଯାଉଛି ମେଟା । ଆପଣ ଅନଲାଇନ ରହିଲେ କେଉଁ କେଉଁ ମାନେ ଦେଖିପାରିବେ ତାହା ଏବେ ଆପଣଙ୍କ ହାତରେ । କାରଣ ମେଟା ଆଣିବାକୁ ଯାଉଥିବା ଫିଚର ଅନୁସାରେ ଆପଣ ଯେଉଁମାନଙ୍କୁ ସିଲେକ୍ଟ କରିବେ ସେମାନେ ହିଁ ଆପଣ କେତେବେଳେ ଅନଲାଇନ ରହୁଛନ୍ତି ଦେଖିପାରିବେ । ଆପଣ ଚାହିଁଲେ ସିଲେକ୍ଟିଭ କଣ୍ଟାକକୁ ଅନଲାଇନ୍‌ରୁ ହାଇଡ୍ ମଧ୍ୟ କରିପାରିବେ ।

ଏଥିସହ ମେଟା ଆଉ ଏକ ନୂଆ ଫିଚର୍ ଆଣିବାକୁ ଯାଉଛି । ଯେଉଁଥିରେ ଆପଣ ଭିଉ ଓ୍ବାନ୍ସ କୁ ସ୍କ୍ରିନ୍‌ସର୍ଟ ମଧ୍ୟ ନେଇପାରିବେ । ଏପରିକି ଭିଉ ଓ୍ବାନ୍ସ ଭିଡିଓ ରେକର୍ଡ ମଧ୍ୟ କରିପାରିବେ । ପୂର୍ବ ଫିଚର ଅନୁସାରେ “ଭିଉ ଓ୍ବାନ୍ସ ବ୍ୟବହାର ଦ୍ବାରା ଜଣେ ବ୍ୟବହାରକାରୀ ଅନ୍ୟଜଣେ କଣ୍ଟାକ୍ଟର ଫଟୋ, ଭିଡିଓ କିମ୍ବା ମେସେଜକୁ ଥରେ ମାତ୍ର ଦେଖିପାରୁଥିଲେ । ସେ ଏହି ମେସେଜ, ଭିଡିଓ କିମ୍ବା ଫଟୋର ପ୍ରମାଣ ରଖିପାରୁନଥିଲେ । ନୂଆ ଲଞ୍ଚ ହେବାକୁ ଯାଉଥିବା ଫିଚର ଅନୁସାରେ ଆପଣ ଏସବୁ ମେସେଜର ପ୍ରମାଣ ମଧ୍ୟ ରଖିପାରିବେ । ତେବେ ମେଟାର ଓନର୍‌ ମାର୍କ ଜୁକରବର୍ଗଙ୍କ ସୂଚନା ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଏସବୁ ଫିଚର୍ ଲଞ୍ଚ ହେବ ।