BusinessFeaturedLatest

ଭାରତୀୟ ଷ୍ଟେଟ ବ୍ୟାଙ୍କ ଜାରି କଲା ନୂଆ ଗ୍ରାହକ ସେବା ନମ୍ବର

ମୁମ୍ବାଇ : (ସଂକେତ୍ ଟିଭି) ଭାରତୀୟ ଷ୍ଟେଟ ବ୍ୟାଙ୍କ ସହଜରେ ମନେ ରହିପାରିବା ଭଳିଆ ସହଜ ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ୧୮୦୦-୧୨୩୪ ଓ ୧୮୦୦-୨୧୦୦ ଜାରି କରିଛି । ଏହାଦ୍ୱାରା ଷ୍ଟେଟ ବ୍ୟାଙ୍କର ଖାତା ଧାରକମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବା ଓ ଅଭିଯୋଗର ସମାଧାନ ପାଇପାରିବେ ।

ଏହି ଟୋଲ ଫ୍ରି ନମ୍ବର ବ୍ୟବହାର କରି ଗ୍ରାହକମାନେ ବ୍ୟାଙ୍କିଙ୍ଗ ସେବା ଯଥା ଏକାଉଣ୍ଟ ବାଲାନ୍ସ , ଶେଷ ୫ ନେଣଦେଣ ବିବରଣୀ, ଏଟିଏମ କାର୍ଡ ବନ୍ଦ କରିବା, ଏଟିଏମ କାର୍ଡ ପୁନର୍ବାର ମଗେଇବା, କାର୍ଡର ପ୍ରେରଣ ସ୍ଥିତି, ଏଟିଏମ କାର୍ଡର ପିନ ତିଆରି କରିବା, ଚେକ ବହି ପ୍ରେରଣ ସ୍ଥିତି ଯାଞ୍ଚ, ନୂଆ ଚେକ ବହି ମଗେଇବା, ଟିଡିଏସ ଓ ଜମା ସୁଧର ସାର୍ଟିଫିକେଟ ଇମେଲ ମାଧ୍ୟମରେ ମଗେଇବା ଆଦି ଅନେକ ସୁବିଧା ପାଇପାରିବେ । ଭାରତର ସବୁଠୁ ବଡ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଉତ୍କୃଷ୍ଟ ଧରଣର ସେବା ଅତି ସହଜରେ ଯୋଗାଇବାର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ ସେବାଗୁଡିକୁ ଏହି ନୂଆ ଟୋଲ ଫ୍ରି ନମ୍ବରରେ ଯୋଗାଇବାର ବ୍ୟବସ୍ଥା କରିଛି ।