EntertainmentLatest

“ପୁଷ୍ପା’ର ରେକର୍ଡ ଭାଙ୍ଗିଲା “ସରକାରୁ ବାରୀ ପାଟା’

ମୁମ୍ବାଇ: (ସଂକେତ୍ ଟିଭି) ମହେଶ ବାବୁ । ଏ ନାଁଟିକୁ କିଏ ବା ନଜାଣେ । ପ୍ରତି ଘରେ ଘରେ ପରିଚିଚ ଏହି ନାଁ । ଟଲିଉଡ୍‌ର ହୋଇ ମଧ୍ୟ ସିନେ ପ୍ରେମୀଙ୍କ ହୃଦୟରେ ରାଜ କରନ୍ତି ମହେଶ ବାବୁ । ଏପିରିକି ସେ ପ୍ରିନ୍ସ ଅଫ୍‌ ଟଲିଉଡ୍ ନାଁରେ ମଧ୍ୟ ପରିଚିତ । ନିଜର ସ୍ୱତନ୍ତ୍ର ଅଭିନୟ, ଡ୍ୟାନ୍ସିଂ, ଆକ୍ସନକୁ ନେଇ ଖୁବ୍‌ ପପୁଲାର ମହେଶ ବାବୁ । ତାଙ୍କ ଫିଲ୍ମ”ସରକାରୁ ବାରୀ ପାଟା’ ସୁପର ହିଟ୍ ଫିଲ୍ମ ରୂପେ ଉଭା ହୋଇଛି । ତାଙ୍କ ଫିଲ୍ମ ପୁଷ୍ପାର ରେକର୍ଡ ଭଙ୍ଗ କରିଥିବା ଜଣାପଡିଛି ।

ସାଉଥ୍ ସୁରଷ୍ଟାର ପ୍ରିନ୍ସ ମହେଶ ବାବୁ ନିଜ ସୁରହିଟ୍ ଫିଲ୍ମ ଓ ହ୍ୟାଣ୍ଡସମ୍ ଲୁକ୍ ପାଇଁ ବେଶ୍ ପରିଚିତ । ତାଙ୍କ ଗୁଡ୍ ଲୁକ୍ ଓ ପର୍ଫୋମାନ୍ସ ପାଇଁ ତାଙ୍କୁ ଅନେକଥର ବଲିଉଡ୍‌ରେ ବି ଫିଲ୍ମ ଅଫର ହୋଇସାରିଛି । ତାଙ୍କ ତେଲୁଗୁ ସିନେମା ଗୁଡିକର ହିନ୍ଦୀ ଡବିଙ୍ଗ୍‌କୁ ବି ଅନେକ ଭଲପାଇବା ମିଳୁଛି । ତା’ ଭିତରେ ଅଛି ମହର୍ଷି, ଶ୍ରାମନ୍ତୁଡୁ, ଭରତ ଅନେ ନେନୁ ଓ ବିଜ୍‌ନେସ୍‌ମ୍ୟାନ୍ ଭଳି ଅନେକ ଚଳଚ୍ଚିତ୍ର । ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ “ସରକାରୁ ବାରୀ ପାଟା’ ରିଲିଜ୍‌ର ୧୨ ଦିନରେ ୨୦୦ କୋଟି ଛୁଇଁଛି । ଯାହା ଏବେ ଯାଏଁ ୟୁଏସ୍‌ଏ ବକ୍ସ ଅଫିସ୍‌ରେ ରାଜ୍ କରୁଛି ।

ସିନେମାର ୱାର୍ଲଡ୍ ୱାଇଡ୍ କଲେକ୍ସନ୍‌କୁ ନେଇ ଏହାର ନିର୍ମାତାମାନେ ଏହାକୁ ୨୦୨୨ର ହାଇୟେଷ୍ଟ୍ ଗ୍ରସିଙ୍ଗ୍‌ ଆଞ୍ଚଳିକ ତେଲୁଗୁ ସିନେମା ବୋଲି ଘୋଷଣା କରିଛନ୍ତି । ସିନେମାର ଏତେ ମାତ୍ରାରେ ସଫଳତା ପରେ ଅନେକ ଆଲୋଚନା ଉଠିଛି ଯେ ଏହା “ପୁଷ୍ପା ଦି ରାଇଜ୍‌’ ର ରେକର୍ଡ ଭାଙ୍ଗିଛି । ବାସ୍ତବରେ ସୁକୁମାରଙ୍କ ନିର୍ଦ୍ଦେଶିତ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜନ୍ ଷ୍ଟାର ଫିଲ୍ମ ‘ପୁଷ୍ପା ଦି ରାଇଜ୍‌’ ୧୨ ଦିନରେ ବକ୍ସ ଅଫିସ୍‌ରେ ୧୯୦.୮୪ କୋଟି କମାଇଥିଲା । ଯାହାର ରେକର୍ଡ ଭାଙ୍ଗିଛି ମହେଶ ବାବୁଙ୍କ ସିନେମା “ସରକାରୁ ବାରୀ ପାଟା’ । ଏହା ୧୨ ଦିନରେ ୨୦୦ କୋଟି କ୍ଲବ୍‌ରେ ସାମିଲ ହୋଇ ‘ପୁଷ୍ପା’ ର ରେକର୍ଡ ଭାଙ୍ଗିଛି ।

ସିନେମାରେ ମହେଶ ବାବୁଙ୍କ ଲୁକ୍ ଓ ଡ୍ୟାନ୍ସ ସାଙ୍ଗକୁ ଗୀତ ଗୁଡିକ ଖୁବ୍ ଆକର୍ଷକ ହୋଇଛି । ଏଥିରେ ତମନ୍‌ ମ୍ୟୁଜିକ୍ ଭାର ସମ୍ଭାଳିଛନ୍ତି । ପୂର୍ବରୁ ତାଙ୍କ ସହ ମହେଶଙ୍କ ଯୋଡି ଜମିଥିଲା ବିଜ୍‌ନେସ୍‌ମ୍ୟାନ୍ ସିନେମାରେ, ଯାହାର ହିନ୍ଦୀ ଡବ୍‌କୁ ଲୋକେ ବେଶ୍ ପସନ୍ଦ କରିଛନ୍ତି । କୋରାଟଲା ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ଫିଲ୍ମ “ଭରତ ଅନେ ନେନୁ’ ହେଉଛି ମହେଶ ବାବୁଙ୍କ ହାଇୟେଷ୍ଟ୍ ଅର୍ଣ୍ଣିଙ୍ଗ୍ ସିନେମା ।