BusinessFeaturedLatest

୬.୫ଟଙ୍କା ମହଙ୍ଗା ହେଲା ଡିଜେଲ୍

ନୂଆଦିଲ୍ଲୀ (ସଂକେତ ଟିଭି): ରପ୍ତାନୀ ହେଉଥିବା ଡିଜେଲ ଓ ବିମାନ ଇନ୍ଧନର ଦର ବୃଦ୍ଧି ହୋଇଛି। ଏଣିକି ରପ୍ତାନୀ ହେଉଥିବା ଲିଟର ପିଛା ଡିଜେଲରେ ସାଢେ ତେର ଟଙ୍କା ଓ ବିମାନ ଇନ୍ଧନ ଉପରେ ୯ ଟଙ୍କା ଟ୍ୟାକ୍ସ ଦେବାକୁ ପଡିବ। ଏହା ବାଦ ଘରୋଇ ଉତ୍ପାଦିତ ଅଶୋଦ୍ଧିତ ତୈଳରେ ମଧ୍ୟ ଟନ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଛି।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ, ରପ୍ତାନୀ ହେଉଥିବା ଲିଟର ପିଛା ଡିଜେଲରେ ୭ ଟଙ୍କାରୁ ୧୩.୫ ଟଙ୍କା ଓ ଏଟିଏଫରେ ୨ ଟଙ୍କାରୁ ୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଘରୋଇ ଉତ୍ପାଦିତ ଅଶୋଦ୍ଧିତ ତୈଳକୁ ୧୩୩୦୦ ଟଙ୍କା କରାଯାଇଛି। ଏଣିକି ଏହି ତୈଳ ରପ୍ତାନୀରେ ଟନ ପିଛା ଅତିରିକ୍ତ ୩୦୦ ଟଙ୍କା ଦେବାକୁ ପଡିବ। ସେପ୍ଟେମ୍ବର ପହିଲାରୁ ନୂଆ ଦର ଲାଗୁ ହେବ।

ବିଶେଷଜ୍ଞଙ୍କ ଅନୁସାରେ, ପ୍ରତି ୧୫ ଦିନରେ କେନ୍ଦ୍ର ସରକାର, ଅଶୋଦ୍ଧିତ ତୈଳ ଦର, ବୈଦେଶୀକ ମୂଦ୍ରା ଏକ୍ସଚେଞ୍ଜ ରେଟ୍ ଓ ମାର୍କେଟର ସ୍ଥିତିକୁ ଦେଖି ଓ୍ବିଣ୍ଡ ଫଲ ପ୍ରଫିଟ୍ ଟେକ୍ସ ର ସମୀକ୍ଷା କରନ୍ତି। ଏହା ପରେ ତୈଳ ଦର ସ୍ଥିର ହୁଏ। ଚଳିତ ସପ୍ତାହରେ ଡଲାର ତୁଳନାରେ ଭାରତୀୟ ଟଙ୍କା ସର୍ବକାଳୀନ ଦୁର୍ବଳ ହୋଇଛି। ତେଲ ଦର ହ୍ରାସ ହୋଇଛି, କିନ୍ତୁ ଟଙ୍କା ଦୁର୍ବଳ ହେବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି। ଯାହାର ପ୍ରଭାବ ବିଶ୍ୱ ବଜାରରେ ଦେଖିବାକୁ ମିଳିଛି। ଏହି ସମସ୍ୟାକୁ ଚ୍ୟାଲେଞ୍ଜ କରିବାକୁ କେନ୍ଦ୍ର ସରକାର ଘରୋଇ ଉତ୍ପାଦିତ ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଛନ୍ତି।

ଗତ ଜୁଲାଇ ପହିଲାରେ କେନ୍ଦ୍ର ସରକାର ପ୍ରତି ଲିଟର ପେଟ୍ରୋଲ ଉପରେ ୬ ଟଙ୍କା, ଡିଜେଲ ଓ ଏଚିଏଉ ଉପରେ ୧୩ ଟଙ୍କା ରପ୍ତାନୀ କର ବୃଦ୍ଧି କରିଥିଲେ। ସେହି ସମୟରେ ଘରୋଇ ଉପ୍ତାଦିତ ଅଶୋଦ୍ଧିତ ତୈଳ ଟୋନ ପିଛା ୨୩୨୫୦ ଟଙ୍କା କରାଯାଇଥିଲା। ପ୍ରାୟ ଦୁଇ ସପ୍ତାହରେ ଭାରତର ଅଶୋଦ୍ଧିତ ତୈଳରେ ଅତିରିକ୍ତ ୧୩୦୦୦ ଟଙ୍କାର କର ଲାଗିଛି।