LatestNewsPolitics

୧୫ରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର (ସଂକେତ ଟିଭି): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୧୫ ତାରିଖରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ । ସେ ବଲାଙ୍ଗୀର ଗସ୍ତରେ ଆସିବେ । ବାଇକ୍‌ ରାଲି ସହ ଜନସଭାରେ ରାହୁଲ ଯୋଗଦେବେ। ଏନେଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

ସାଲେପୁର ଗସ୍ତ ପରେ ରାହୁଲଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ। ପୂର୍ବରୁ ରାୟଗଡ଼ା ଆସିବା କାର୍ଯ୍ୟକ୍ରମ ଥିଲା। ମାତ୍ର ଉକ୍ତଦିନ ରାହୁଲଙ୍କ ନାମାଙ୍କନପତ୍ର ଦାଖଲ ଥିବାରୁ ଏହି ଗସ୍ତ ବାତିଲ ହୋଇଥିଲା।