EntertainmentLatest

ରିଲିଜ ଅପେକ୍ଷାରେ ତମନ୍ନା ଭାଟିୟାଙ୍କ “ବବଲି ବାଉନ୍ସର୍‌’

ମୁମ୍ବାଇ : (ସଂକେତ୍ ଟିଭି) ପୁରୁଷ ବଡି ବିଲଡର୍‌ ବାଉନ୍ସରଙ୍କ ଗାଁରେ ଏକମାତ୍ର ମହିଳା ପହିଲୱାନ୍ । ବାଉନ୍ସର୍ ମଧ୍ୟ । ଫିଲ୍ମ “ବବଲି ବାଉନ୍ସର୍‌’ରେ ତମନ୍ନା ଭାଟିୟାଙ୍କୁ ଜଣେ ପହିଲୱାନ୍ ବାଉନ୍ସର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏଭଳି ଏକ ଅଜବ ଚରିତ୍ରକୁ ନେଇ ତମନ୍ନା ଏବେ ଚର୍ଚ୍ଚାରେ ।ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ “ବବଲି ବାଉନ୍ସର୍‌’ ଏକ ମଜାଦାର ପାରିବାରିକ ମନୋରଞ୍ଜନ ଧର୍ମୀ ଫିଲ୍ମ ବୋଲି ଏହାର ର୍ନିମାତା କହୁଛନ୍ତି । ଏଥିରେ ଲେଡି ବାଉନ୍ସର୍ ଭାବେ ପରଦାକୁ ଓହ୍ଲାଇଛନ୍ତି ତମନ୍ନା । ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ସୌରଭ ଶୁକ୍ଲା, ଅଭିଷେକ ବଜାଜ ଓ ସାହିଲ ଭେଜ୍ । ଫିଲ୍ମମେକର୍ ଏହାର ଦୁଇ ମିନିଟର ଏକ ଟ୍ରେଲର୍‌ ଜାରି କରିଛନ୍ତି ।

ତମନ୍ନାଙ୍କ ବବ୍ଲି ଚରିତ୍ରକୁ ଫତେପୁର ବେରି ବାସିନ୍ଦା ବୋଲି ଦର୍ଶାଯାଇଛି । ଟ୍ରେଲରରେ ସୌରଭ ଶୁକ୍ଲାଙ୍କ ସ୍ବର ଶୁଣିବାକୁ ମିଳିଛି, ଯେଉଁଥିରେ ସେ କହିଛନ୍ତି “ବାଉନ୍ସରଙ୍କ ଗାଁ । ଫିଲ୍ମରେ ଏହି ପୁରୁଷ ବାଉନ୍ସଙ୍କ ଗାଁରେ ବବଲି ଲିଙ୍ଗଗତ ପ୍ରାଚୀରକୁ ଭାଙ୍ଗିଛନ୍ତି । ସେ ଏକ୍‌ଦମ ଗୋଲ ରୁଟି କରିପାରନ୍ତି । ସେତିକି ସହଜରେ ଜିମରେ ସର୍ବାଧିକ ଓଜନ ମଧ୍ୟ ଉଠାଇ ପାରନ୍ତି । ତେବେ ଏକ କ୍ଲବରେ ଜଣେ ଲେଡି ବାଉନ୍ସର୍ ଚାକିରି
ପାଇବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଛି ।

ଷ୍ଟାର୍ ଷ୍ଟୁଡିଓଜ୍ ଓ ଜଙ୍ଗଲୀ ପିକ୍‌ଚର୍ସ ଦ୍ରାରା ପ୍ରୟୋଜିତ “ବବ୍ଲି ବାଉନ୍ସର୍‌’ ଆସନ୍ତା ୨୩ ତାରିଖରେ ଡିଜ୍ନୀ ପ୍ଲସ ହଟ୍‌ଷ୍ଟାରରେ ହିନ୍ଦୀ, ତାମିଲ ଓ ତେଲୁଗୁରେ ମୁକ୍‌ତିଲାଭ କରିବ । ୨୦୧୭ ମସିହାରେ “ଇନ୍ଦୁ ସରକାର’ ପରେ ମଧୁର ଭଣ୍ଡାରକର ପୁଣି ନିର୍ଦ୍ଦେଶନା ଜଗତକୁ ଫେରିଛନ୍ତି ।

୨ ୦ ୧ ୯ ମସିହାରେ ପ୍ରଭୁ ଦେବାଙ୍କ ଅପୋଜିଟରେ ଥ୍ରିଲର୍ ଫିଲ୍ମ “ଖାମୋଶି’ରେ ଶେଷ ଥର ବଡ଼ ପରଦାରେ ନଜର ଆସିଥିଲେ ତମନ୍ନା । ଏବେ ତାଙ୍କ ହାତରେ ଏକାଧିକ ପ୍ରୋଜକ୍ଟ । ଚିରଞ୍ଜିବୀଙ୍କ ଅଭିନୀତ ତେଲୁଗୁ ଫିଲ୍ମ”ଭୋଲା ଶଙ୍କର’, ପ୍ରାଇମ୍ ଭିଡିଓର “ଜୀ କର୍ଦା’ ଏବଂ ରିତେଶ ଦେଶମୁଖଙ୍କ ସହିତ ନେଟ ଫ୍ଲିକ୍ସର “ପ୍ଲାନ ଏ ପ୍ଲାନ ବି’ରେ ସେ ସ୍କ୍ରିନ୍‌ ଶେୟାର କରିବେ ।