BusinessFeaturedLatest

ଟାଟା ଷ୍ଟିଲରେ ମିଶିବ ମେଟାଲ ସହ ଜଡିତ ସମସ୍ତ ଟାଟାର ୭ କମ୍ପାନୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟାଟା ଗୃପର 7 ଟି ମେଟାଲ କମ୍ପାନୀର ଟାଟା ଷ୍ଟିଲ ସହିତ ମିଶ୍ରଣ ହେବ । କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଟାଟା ଷ୍ଟିଲ ପକ୍ଷରୁ ଏନେଇ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଟାଟା ଗୃପର ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ , ଟିନ୍ ପ୍ଲେଟ୍ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍ , ଟାଟା ମେଟାଲିକ୍ସ୍ ଲିମିଟେଡ୍ , ଟିଆରଏଫ୍ ଲିମିଟେଡ୍, ଇଣ୍ଡିଆନ୍ ଷ୍ଟିଲ୍ ଏବଂ ୱୟାର୍ ପ୍ରଡକ୍ଟସ୍ ଲିମିଟେଡ୍ ଅନ୍ତର୍ଭୁକ୍ତ , ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ଏବଂ ଏସ୍ ଆଣ୍ଡ ଟି ମାଇନିଂ କମ୍ପାନୀ ଲିମିଟେଡ୍ ର ଟାଟା ଷ୍ଟିଲ ସହିତ ମିଶ୍ରଣ ହେବ।ଏହି ମିଶ୍ରଣ ପରେ ଓଭରହେଡ୍ ଏବଂ କର୍ପୋରେଟ୍ ଖର୍ଚ୍ଚ ହ୍ରାସ ଦିଗରେ ଅଧିକ ସୁଯୋଗ ରହିବ । ପ୍ରତ୍ୟେକ ପ୍ରସ୍ତାବିତ ମିଶ୍ରଣ ଅଂଶୀଦାରମାନଙ୍କ ପାଇଁ ମୂଲ୍ୟବୋଧ ହେବ ବୋଲି କମ୍ପାନୀ କହିଛି । ଟାଟା ଷ୍ଟିଲରେ ମିଶ୍ରିତ ହେବାକୁ ଥିବା 7 ଟି ଭିନ୍ନ କମ୍ପାନୀର ବୋର୍ଡର ସ୍ବତନ୍ତ୍ର ନିର୍ଦ୍ଦେଶକ କମିଟି ଏବଂ କମ୍ପାନୀର ଅଡିଟ୍ କମିଟି ମିଶ୍ରଣ ପ୍ରସ୍ତାବର ସମୀକ୍ଷା କରିବା ପରେ ଏହାକୁ ସୁପାରିଶ କରିଥିବା ମଧ୍ୟ କମ୍ପାନୀ କହିଛି ।