EntertainmentLatest

ସଲମାନ ଖାନଙ୍କୁ ମାରିବାକୁ ସୁପାରି ନେଇଥିଲା ନାବାଳକ

ମୁମ୍ବାଇ : (ସଂକେତ୍ ଟିଭି) : ପଞ୍ଜାବର ମୋହାଲି ପୋଲିସ ହେଡକ୍ୱାର୍ଟର ଉପରେ ୯ ମେ’ରେ ହୋଇଥିବା ଆରପିଜି ଆକ୍ରମଣ ମାମଲାରେ ଜଣେ ମାଷ୍ଟରମାଇଣ୍ଡ ନାବାଳକକୁ ଫୈଜାବାଦ ପୋଲିସ ଗିରଫ କରିଛି । ସ୍ପେଶାଲ ସେଲ୍ କାଉଣ୍ଟର ଇଣ୍ଟେଲିଜେନ୍ସର ଇନ୍ସପେକ୍ଟର ବିକ୍ରମ ଦହିୟାଙ୍କ ଟିମ୍‌ର ସୂଚନା ମୁତାବକ ରକେଟ ଲଞ୍ଚରରୁ ଆକ୍ରମଣ କରିବା ମାମଲାରେ ଦୀପକ ସିରଖପୁର ଓ ଦ୍ୱିତୀୟ ନାବାଳକର ଭୂମିକା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଏହି ନାବାଳକୁ ଧରାଯାଇଥିଲା । ଏହି ନାବାଳକର ଲିଙ୍କ୍ କେବଳ ପାକିସ୍ତାନର ଆଇଏସ୍‌ଆଇ ନୁହେଁ ବରଂ କାନାଡ଼ାରେ ଅପରେଟ ହେଉଥିବା ଲରେନ୍ସ ବିଷ୍ଣୋଇ, ଲାଣ୍ଡା ହରି ଏବଂ ଜଗୁ ଭଗବନପୁରିଆ ଗ୍ୟାଙ୍ଗ ସହିତ ରହିଛି ।

କୁହାଯାଉଛି ଯେ, ସଲମାନ ଖାନ୍‌ଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ବିଷ୍ଣୋଇ ଏହି ନାବାଳକ ଓ ତାର ବାକି ସହଯୋଗୀମାନଙ୍କୁ ସୁପାରି ଦେଇଥିଲା । ଏହି ସମସ୍ତେ ଅନେକ ଅପରାଧ ସହିତ ଜଡ଼ିତ ଅଛନ୍ତି । ସ୍ପେଶାଲ ସେଲର ସ୍ପେଶାଲ ସିପି ଏଚ୍‌ଜିଏସ୍ ଧାଲୱାଲଙ୍କ କହିବା ଅନୁଯାୟୀ, ୪ ଅଗଷ୍ଟ ୨୦୨୧ରେ ଅମୃତସରରେ ସେମାନେ ରାଣା କାଣ୍ଡୋବାଲିଆକୁ ହତ୍ୟା କରିଥିଲେ, ଯିଏକି ଲରେନ୍ସ ବିରୋଧୀ ଗ୍ୟାଙ୍ଗର ମୁଖ୍ୟ ସୁଟର ଥିଲା । ତେବେ ଏହି ହତ୍ୟାକାଣ୍ଡରେ
ନାବାଳକ ସମେତ ତାର ଦୁଇ ସହଯୋଗୀ ଜଡିତ ଥିଲେ ।

ସ୍ପେଶାଲ୍ ସେଲ୍ ଅନ୍ୟ ଏକ ମାମଲା ସହିତ ଜଡିତ ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ଅର୍ଶଦୀପ ସିଂକୁ ମଧ୍ୟ ଗିରଫ କରିଛି । ସଲମାନ ଖାନଙ୍କୁ ହତ୍ୟା କରିବା କାମ ନାବାଳକ ସହିତ ମୋନୁ ଦାଗରଙ୍କୁ ଦିଆଯାଇଥିଲା । କିନ୍ତୁ, ସଲମାନ ଖାନଙ୍କୁ ଟାର୍ଗେଟ କରିବା ପୂର୍ବରୁ ସମସ୍ତେ ରାଣାକୁ ହତ୍ୟା କରିବାରେ ଜଡିତ ହୋଇଥିଲେ ।

ସେଲ୍‌ ଅନୁଯାୟୀ, ଆଗାମୀ ସମୟରେ ଏକ ବଡ଼ ଧରଣର ଘଟଣା ଘଟାଇବାକୁ ଏକ ଯୋଜନାକରି ସମସ୍ତଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି ଯେ ଏହି ଅପରେସନ୍ ପରେ ବାବର ଖଲସା ଏବଂ ପାକିସ୍ତାନ ଆଇଏସଆଇର ଷଡଯନ୍ତ୍ର ମଧ୍ୟ ସାମିଲ ଅଛି ।