EntertainmentFeaturedLatest

ପ୍ରଭାସ ରିଜେକ୍ଟ କଲେଣି ୬୦୦୦ ବିବାହ ପ୍ରସ୍ତାବ

ମୁମ୍ବାଇ : (ସଂକେତ୍ ଟିଭି) ଅଭିନେତା ପ୍ରଭାସ ୪୩ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଭାସଙ୍କ ଆକ୍ସନ୍ ଏବଂ ରୋମାନ୍ସ ସମସ୍ତଙ୍କ ହୃଦୟ ଜିତିଛି । ଛୋଟରୁ ବଡ ଯାଏଁ ସବୁ ତାଙ୍କ ଫ୍ୟାନ୍ସ । ପ୍ରଭାସ ରିଅଲ ଲାଇଫ୍‌ରେ ବହୁତ ଲାଜୁଆ । କାହିଁକି ନା ସେ ଅଭିନେତା ହେବାକୁ କେବେ ଇଚ୍ଛା କରିନଥିଲେ । ଚଳଚ୍ଚିତ୍ରକୁ ଆସିବା ପଛରେ ତାଙ୍କର ଏକ କାହାଣୀ ମଧ୍ୟ ଅଛି । ବାସ୍ତବରେ, ଆପଣ ଏହା ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯିଏ ନିଜର ଦମଦାର ସ୍ୱର ଏବଂ ସୁନ୍ଦର ଅଭିନୟ ପାଇଁ ଦର୍ଶକ ହୃଦୟ ଜିତିଥିଲେ । ସେ କେବେ ବି ହିରୋ ହେବା ପାଇଁ ଚାହୁଁ ନଥିଲେ ।

ପ୍ରଭାସଙ୍କ ପରିବାରର ସିନେମା ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଛି । ଏହି କାରଣରୁ ସେ କେବେ ଅଭିନେତା ହେବାକୁ ଚାହୁଁନଥିଲେ । ପ୍ରଭାସ ଖାଇବା ପିଇବାକୁ ଖୁବ୍ ପସନ୍ଦ କରନ୍ତି । ଏଥିପାଇଁ ସେ ହୋଟେଲ୍ ବ୍ୟବସାୟ କରିବାକୁ ଇଚ୍ଛା ରଖିଥିଲେ । ହେଲେ ପ୍ରଭାସଙ୍କ ଦାଦା ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ ଏବଂ ସେହି ଚଳଚ୍ଚିତ୍ରର କାହାଣୀର ହିରୋ ପ୍ରଭାସଙ୍କ ପ୍ରକୃତ ଜୀବନ ଚରିତ୍ର ସହିତ ସମାନ ଥିଲା । ଏଭଳି ପରିସ୍ଥିତିରେ ତାଙ୍କ ଦାଦା ପ୍ରଭାସଙ୍କୁ ଫିଲ୍ମ ପାଇଁ ପ୍ରବର୍ତ୍ତାଇଥିଲେ ।

ସେହି ସମୟରେ ପ୍ରଭାସ ଅଭିନେତା ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲା । ପ୍ରଭାସ ୨୦୦୦ମସିହାରେ ‘ଇଶ୍ୱର’ ଚଳଚ୍ଚିତ୍ର ସହିତ ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ଅଧିକ ଚାଲିନଥିଲା ୨୦୦୪ ମସିହାରେ ରିଲିଜ୍‌ ହୋଇଥିବା ବର୍ଷମରୁ ପ୍ରଭାସଙ୍କୁ ପରିଚୟ ମିଳିଥିଲା । ତାଙ୍କ କ୍ୟାରିୟରରେ ଏକ ନିରଂଜନ’,‘ମୁନ୍ନା’, ‘ବିଲ୍ଲା’ ଏବଂ ‘ଯୋଗୀ’ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । କିନ୍ତୁ ‘ବାହୁବଲୀ’ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ । ଏହି ଚଳଚ୍ଚିତ୍ର ପାଇଁ ପ୍ରଭାସ ତାଙ୍କର ୫ବର୍ଷ ଦେଇଥିଲେ ଏବଂ ସେହି ସମୟରେ ଅନ୍ୟ କୌଣସି ଫିଲ୍ମରେ କାମ କରିନଥିଲେ । ବାହୁବଲୀ ପରେ ପ୍ରଭାସ ସାହୋ ଏବଂ ରାଧେଶ୍ୟାମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମଟି ସେତେ ହିଟ୍ ହୋଇପାରି ନଥିଲା । ଅନେକ ସେଲିବ୍ରେଟିମାନେ ଅନେକ ବ୍ରାଣ୍ଡ ଏଣ୍ଡୋର୍ସ କରୁଥିବାବେଳେ ପ୍ରଭାସ ଏସବୁରୁ ଦୂରରେ ରୁହନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଭାସ ଏପର୍ଯ୍ୟନ୍ତ କେବଳ ଗୋଟିଏ ବ୍ରାଣ୍ଡକୁ ପ୍ରମୋସନ କରିଛନ୍ତି, ଯାହା ୨୦୧୫ରେ ମହିନ୍ଦ୍ରା ଟିୟୁଭି ୩୦୦ କାର ପାଇଁ ଥିଲା । କୁହାଯାଏ ଯେ ୨୦୨୦ରେ ୧୫୦ କୋଟିର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟକୁ ମଧ୍ୟ ମନା କରି ଦେଇଥିଲେ । ବାହୁବଲୀ ଚଳଚ୍ଚିତ୍ର ପ୍ରଭାସଙ୍କୁ ଏକ ପ୍ୟାନ୍ ଇଣ୍ଡିଆ ତାରକା କରିଥିବାବେଳେ ଏହା ବିଶ୍ୱ ବକ୍ସ ଅଫିସରେ ଭାରତୀୟ ସିନେମାକୁ ଏକ ନୂତନ ପରିଚୟ ଦେବାରେ ସାହାଯ୍ୟ କରିଛି । ଫିଲ୍ମ ପରେ ପ୍ରଭାସ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମେଗାଷ୍ଟାର ହୋଇଯାଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଭାସଙ୍କୁ ଏପର୍ଯ୍ୟନ୍ତ ୬୦୦୦ଟି ପ୍ରସ୍ତାବ ଆସିଲାଣି କିନ୍ତୁ ସେ ସବୁକୁ ମନା କରି ଦେଇଛନ୍ତି ।