CulturalLatest

ଗୋଟିଏ ଘର ଥିବା ଦ୍ୱୀପ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଏମିତି କିଛି ଜାଗା ଅଛି ଯେଉଁଠି ଲୋକମାନଙ୍କୁ କିଛି ସମୟ ବିତେଇବାକୁ ଭଲ ଲାଗେ । ସେମିତି ଏକ ଦ୍ୱୀପ ଅଛି, ଯାହାକୁ ଦେଖିଲେ ଏକ ସ୍ୱପ୍ନ ପରି ଲାଗିବ । ଏହି ଦ୍ୱୀପଟି ଆମେରିକା ଓ କାନାଡ଼ା ମଧ୍ୟରେ ଥିବା ହଜାର ହଜାର ଦ୍ୱୀପପୁଞ୍ଜ ମଧ୍ୟରେ ଅନ୍ୟତମ । ୩,୩୦୦ ବର୍ଗଫୁଟ୍ ପରିମିତ ଏହି ଦ୍ୱୀପରେ ଅଛି ଗୋଟିଏ ମାତ୍ର ଘର ଓ କିଛି ଗଛ । କାରଣ ଏହା ବ୍ୟତୀତ ଆଉ କିଛି ରହିବା ପାଇଁ ଏଠାରେ ଜାଗା ନାହିଁ । ଦ୍ୱୀପର ଆକାର ଏକ ଟେନିସ୍ କୋର୍ଟ ସହ ସମାନ । ତେଣୁ ଏହା ‘ଜଷ୍ଟ୍ ରୁମ୍ ଏନଫ୍‌’ ନାମରେ ବି ପରିଚିତ । ଯଦିଓ ପୂର୍ବରୁ ଏହା ‘ହବ୍ ଆଇଲାଣ୍ଡ୍‌’ ନମାରେ ପରିଚିତ ଥିଲା ।

୧୯୫୦ ଦଶକରେ ସାଇଜ୍ଲାଣ୍ଡ୍ ପରିବାର ଏହି ଦ୍ୱୀପକୁ କିଣିଥିଲେ । ପରେ ଏହିପରିବାରର ଲୋକ ଏଠାରେ ଛୋଟଘର ଟିଏ ତିଆରି କରିଥିଲେ । ଉଦ୍ଦେଶ୍ୟ ଥିଲା ଛୁଟିରେ ଏଠାକୁ ଆସି ଶାନ୍ତିରେ କିଛି ସମୟ ବିତାଇବା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଗଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ବିଶପ୍ ରକ୍‌’ ଥିଲା ପୃଥିବୀର ସବୁଠାରୁ ଛୋଟ ଦ୍ୱୀପ । ହେଲେ ଏବେ ଏହାର ଅଧା ଆକାରର ‘ଜଷ୍ଟ ରୁମ୍ ଏନଫ୍‌’ ପୃଥିବୀର ସବୁଠାରୁ ଛୋଟ ଦ୍ୱୀପ ଭାବେ ପରିଚିତ ।