CulturalFeaturedLatest

ହ୍ବାଟସଆପ୍ ଆଣିଲା ନୂଆ କମ୍ୟୁନିଟି ଫିଚର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ହ୍ବାଟ୍ସଆପ୍ ତାର ନୂଆ କମ୍ୟୁନିଟି ଫିଚର ରୋଲ୍ଆଉଟ୍ କରିଛି। ଏହି ଫିଚର ଆଜିଠାରୁ ରୋଲ୍ଆଉଟ୍ କରାଯାଇଛି। ଏହି ଫିଚର ସାହାଯ୍ୟରେ ୟୁଜର୍ସ ଗ୍ରୁପରେ ଯୋଡ଼ି ହୋଇପାରିବେ। କହିପାରିବା ଏହା ଗ୍ରୁପ୍ ମଧ୍ୟରେ ଗ୍ରୁପ୍। ଅର୍ଥାତ୍ ଆପଣ କିଛି ନିର୍ଦ୍ଦିଷ୍ଟ ଗ୍ରୁପ୍‌କୁ ନେଇ ମଧ୍ୟ ଏକ ଗ୍ରୁପ୍ କରିପାରିବେ ଏବଂ ସେମାନଙ୍କୁ ମେସେଜ ପଠାଇପାରିବେ।

ୟୁଜର୍ସ ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆଣ୍ଡ୍ରଏଡ୍ ମୋବାଇଲରେ ଚାଟ୍ ସେକ୍ସନରେ ଉପରେ ଏବଂ ଆଇଓଏସରେ ଚାଟ୍ ସେକ୍ସନ ତଳେ କମ୍ୟୁନିଟି ଟାବ୍‌ ପାଇବେ। ଏଠାରେ ଆପଣ ଗ୍ରୁପ୍‌ ଆଡ୍ କରିପାରିବେ। ଅବଶ୍ୟ ସମସ୍ତଙ୍କୁ ଏହି ଫିଚର ମିଳିବାରେ କିଛି ସମୟ ଲାଗିବ। ହ୍ବାଟ୍ସଆପ୍ କମ୍ୟୁନିଟି ଫିଚର ବିଷୟରେ କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ସୂଚନା ଦେଇଥିଲା।

କମ୍ୟୁନିଟିରେ ୟୁଜର୍ସ ସହଜରେ ଗ୍ରୁପ୍ ମଧ୍ୟରେ ବି ସ୍ବିଚ୍ କରିପାରିବେ। ଆଡମିନ୍ ଜରୁରୀ ସୂଚନା କମ୍ୟୁନିଟି ର ସବୁ ମେମ୍ବର୍ସଙ୍କୁ ପଠାଇପାରିବେ। ଏହି ଫିଚର ଦ୍ବାରା ୟୁଜର୍ସଙ୍କୁ ଭିନ୍ନ ଭିନ୍ନ ଗ୍ରୁପ୍ ତିଆରି କରିବାକୁ ଆବଶ୍ୟକତା ପଡ଼ିବନି କିମ୍ବା ଗୋଟିଏ ମେସେଜକୁ ଭିନ୍ନ ଭିନ୍ନ ଗ୍ରୁପରେ ପଠାଇବାକୁ ପଡ଼ିବ।

ତେବେ କମ୍ୟୁନିଟି ବ୍ୟତୀତ କମ୍ପାନୀ ତିନି ଅନ୍ୟ ନୂଆ ଫିଚର ମଧ୍ୟ ଆଣିଛି। ଏବେ ୟୁଜର୍ସ ୩୨ ଜଣଙ୍କ ସହ ଭିଡିଓ କଲ୍‌ରେ ସାମିଲ୍‌ ହୋଇପାରିବେ। ଏହା ବ୍ୟତୀତ ଏଣିକି ଗ୍ରୁପରେ ୧୦୨୪ ମେମ୍ବର ରହିପାରିବେ। ଗ୍ରୁପରେ ଇନ-ଚାଟ୍ ପୋଲ୍ସ ଫିଚର୍ସ ମଧ୍ୟ ରଖାଯାଇଛି। ଏହାଦ୍ବାରା ଗ୍ରୁପରେ ମେମ୍ବର କୌଣସି ପ୍ରସଙ୍ଗ ଉପରେ ଭୋଟ୍ ଦେଇପାରିବେ।