EntertainmentFeaturedLatest

ବାପା-ମା ବନିଲେ ଆଲିଆ ଭଟ୍ଟ-ରଣବୀର କପୁର

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ବିବାହର ୭ମାସ ପରେ ମା-ବାପା ବନିଛନ୍ତି । ଆଜି ଆଲିଆ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦମ୍ପତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଆଲିଆ ଭଟ୍ଟଙ୍କ ପ୍ରସବ ଏଚଏନ ରିଲାଏନ୍ସ ହସ୍ପିଟାଲରେ କରାଯାଇଛି। ମା’ ବନିବା ପରେ ଆଲିଆ ଏହି ଖୁସି ଖବରକୁ ନିଜର ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।

ଚଳିତବର୍ଷ ଏପ୍ରିଲରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଦୁହେଁ ସେମାନଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ଅନ୍ତସତ୍ତ୍ବା ଥିବା ସମୟରେ ମଧ୍ୟ ଆଲିଆ ଖୁବ ସକ୍ରିୟ ରହିଥିଲେ। ଗର୍ଭବତୀ ଥାଇ ବି ଆଲିଆ ନିଜର କାମ ଜାରି ରଖିଥିବା ଦେଖାଯାଇଥିଲା। ଗର୍ଭଧାରଣର ପ୍ରଥମ ପର୍ଯ୍ୟାୟରେ ସେ ଏକ ହଲିଉଡ ଫିଲ୍ମର ସୁଟିଂ କରିଥିବା ବେଳେ ପରେ ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ କରୁଥିବାର ନଜର ଆସିଥିଲେ। ଗର୍ଭବତୀ ଥାଇ ବି ‌ସେ ବିଭିନ୍ନ ରାଜ୍ୟକୁ ଯାଇ ଫିଲ୍ମର ପ୍ରମୋସନ କରିଥିଲେ। ଏମଧ୍ୟରେ ନେଟଫ୍ଲିକ୍ସରେ ତାଙ୍କର ଏକ ଫିଲ୍ମ ‘ଡାର୍ଲିଙ୍ଗ’ସ ରିଲିଜ ହୋଇଥିଲା। ସେ ଏହାର ମଧ୍ୟ ପ୍ରଚାର କରିଥିଲେ।

ଗର୍ଭଧାରଣର ପ୍ରଥମ ପର୍ଯ୍ୟାୟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନୀ’ଙ୍କ ପାଇଁ ମଧ୍ୟ ସୁଟିଂ କରିଥିଲେ, ଯାହା ଆଗାମୀ ବର୍ଷ ରିଲିଜ ହେବ। ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ସହ ରଣବୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ।