EntertainmentLatest

୫୭ ବର୍ଷରେ ବି ଏତେ ଫିଟ୍‌ କେମିତି ସଲମାନ ଖାନ

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡ୍‌ର ଦବଙ୍ଗ ଖାନ୍‌ ଏବେ ୫୭ ବର୍ଷରେ ପହଞ୍ଚିଛନ୍ତି । ଏହି ବୟସରେ ବି ସେ ନୂଆ ପିଢିର ବହୁ ଷ୍ଟାରଙ୍କୁ ଟକ୍କର ଦେବାର ଦକ୍ଷତା ବି ରଖିଛନ୍ତି । ତେବେ ଭାଇଜାନ୍‌ଙ୍କ ଫିଟନେସ୍‌ ସିକ୍ରେଟ୍‌ ବିଷୟରେ କିଛି କହିଛନ୍ତି ତାଙ୍କ ପର୍ସନାଲ୍‌ ଟ୍ରେନର ରାକେଶ ଉଦିଆର୍‌ । ରାକେଶ ଦୀର୍ଘ ୧୭ ବଷ ଧରି ସଲମାନଙ୍କୁ ଟ୍ରେନିଂ ଦେଇ ଆସୁଛନ୍ତି ।

ସେ କହିଛନ୍ତି ସଲମାନଙ୍କ ମଧ୍ୟରେ ଫିଟନେସ୍‌ ପ୍ରତି ଡେଡିକେସନ ଦେଖିବାକୁ ମିଳିଥାଏ । ସେ କୌଣସି ବି ପରିସ୍ଥିତିରେ ଏକ୍ସରସାଇଜ୍‌ କରିବା ମିସ୍‌ କରନ୍ତି ନାହିଁ । ଦବଙ୍ଗ ଖାନ୍‌ ହେଭି ଲିଫଫ ପରିବର୍ତ୍ତେ ଅଧିକ ରେପିଟେସନବାଲା ଟ୍ରେନିଂ କରିବାକୁ ପସନ୍ଦ କରିଥାନ୍ତି । ଏହାଦ୍ୱାରା ଶରୀର ଉପରେ ଅତ୍ୟଧିକ ଚାପ ନ ପକାଇ ବି ବଡି ମେଣ୍ଟେନ୍‌ କରିବା ଓ ଫିଟ୍‌ ରହିବା ସମ୍ଭବ ହୋଇଥାଏ । ସଲମାନ୍‌ ଡାଏଟିଂ କରନ୍ତି ନାହିଁ । ସେ ସବୁକିଛି ଖାଇଥାନ୍ତି କିନ୍ତୁ କେଉଁ ଖାଦ୍ୟ କେତେମାତ୍ରାରେ ଖାଇବା ଉଚିତ ଏହା ସେ ଭଲ ଭାବରେ ଅନୁକରଣ କରିଥାନ୍ତି । ସେ ଲୋ କାର୍ବୋ ଡାଏଟ୍‌ ଗ୍ରହଣ କରିଥାନ୍ତି ଓ ଦିନକୁ ୫/୬ ଥର ଖାଦ୍ୟ ଗ୍ରହଣ କରିଥାନ୍ତି । ଡାଲି, ବିଭିନ୍ନ ନଟସ୍‌, ସବୁଜ ପନିପରିବା, ପ୍ରୋଟିନ୍‌ ସେକ୍‌ ଆଦି ତାଙ୍କର ଡାଏଟ୍‌ରେ ସାମିଲ ହୋଇଥାଏ । ୱାର୍କଆଉଟ୍‌ ପୂର୍ବରୁ ପ୍ରି ୱାର୍କଆଉଟ୍‌ ମିଲ୍‌ ଓ ୱାର୍କଆଉଟ୍‌ ପରେ ପୋଷ୍ଟ ୱାର୍କଆଉଟ୍‌ ମିଲ୍‌ ନେବାକୁ ସେ ଭୁଲନ୍ତି ନାହିଁ । ୱାର୍କଆଉଟ୍‌ ସମୟରେ ସେ କେବେ ବି ଡିମୋଟିଭେଟ୍‌ ହୁଅନ୍ତି ନାହିଁ ବୋଲି ରାକେଶ କହିଛନ୍ତି ।