CulturalFeaturedLatest

ଏଭରେଷ୍ଟ ଉପରେ ବୃଦ୍ଧ ଦମ୍ପତ୍ତି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମହାରାଷ୍ଟ୍ରର ଏକ ବୃଦ୍ଧ ଦମ୍ପତିଙ୍କର ପରିଣତ ବୟସରେ ପୃଥିବୀର ଉଚ୍ଚତମ ଗିରିଶୃଙ୍ଗ ଏଭରେଷ୍ଟ ଶିଖରକୁ ଅତି ନିକଟରୁ ଦେଖିବା ଖବର ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହୋଇଛି । ଆଣ୍ଡି ଥାପାଙ୍କ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଛଡ଼ାଯାଇଥିବା ଏ ସଂକ୍ରାନ୍ତ ଏକ ଭିଡିଓ କ୍ଲିପିଂରେ ଏକ ବୃଦ୍ଧା ଦମ୍ପତି ଏଭରେଷ୍ଟ ପର୍ବତରେ ପ୍ରକୃତିକୁ ଉପଭୋଗ କରୁଥିବା ଦେଖାଯାଇଛି । ବୃଦ୍ଧ ଜଣକ ଏକ ବାଡ଼ି ଧରି ଚାଲୁଥିବା ବେଳେ ଉଭୟ ଦମ୍ପତି ଏଭଳି ଜଣାପଡୁଛନ୍ତି ଯେପରି ସେମାନଙ୍କର ଦୁର୍ଲଭ ସ୍ୱପ୍ନ ବାସ୍ତବ ରୂପ ନେଇଛି । ବରଫରେ ଆଚ୍ଛାଦିତ ପର୍ବତ ଶିଖରର ଶୋଭା ଏହି ଦମ୍ପତି ଏବଂ ଦର୍ଶକମାନଙ୍କୁ ମଧ୍ୟ ଅଭିଭୂତ କରିପାଉଛି ।

ଭିଡିଓ ପ୍ରେରଣକାରୀ ଥାପାଙ୍କ କହିବା ମୁତାବକ ଏହି ଅଶୀତିପର ଦମ୍ପତିଙ୍କୁ ସମୁଦ୍ର ପତ୍ତନରୁ ୧୭,୦୦୦ ଫୁଟ ଉପରେ ପହଞ୍ଚାଇବା ଏକ କଷ୍ଟସାଧ୍ୟ ବ୍ୟାପାର ଥିଲା । କାରଣ ସେଠାରେ ଅମ୍ଳଜାନ ସ୍ତର ଅତି ପତଳା । ମାତ୍ର ଉକ୍ତ ୮୬ ବର୍ଷୀୟ ବୃଦ୍ଧଙ୍କୁ ତାଙ୍କ ପତ୍ନୀ ଅନବରତ ଉତ୍ସାହିତ କରି ଚାଲିଥିଲେ ଏବଂ ଶେଷରେ ସେମାନଙ୍କ ସ୍ୱପ୍ନ ସାକାର ହୋଇପାରିଛି ।