LatestSports

ଉମ୍ରାନ ମଲିକଙ୍କୁ ତାଚ୍ଛଲ୍ୟ କଲେ ପାକିସ୍ତାନର ପୂର୍ବତନ ବୋଲର

ନୂଆଦିଲ୍ଲୀ : (ସଂକେତ୍ ଟିଭି)ଭାରତୀୟ ଟିମର ସ୍ପିଡଷ୍ଟର ଉମ୍ରାନ ମଲିକଙ୍କୁ ତାଚ୍ଛଲ୍ୟ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହେଲ ଖାନ । ପାକିସ୍ତାନର ଘରୋଇ କ୍ରିକେଟରେ ଉମ୍ରାନ ମଲିକଙ୍କ ଭଳି ଅନେକ ବୋଲର ପଡ଼ି ରହିଛନ୍ତି ବୋଲି ସେ କହିଛନ୍ତି ।

୨୦୧୫ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସହ ସୋହାଲି ଖାନଙ୍କ ବାକଯୁଦ୍ଧ ହୋଇଥିଲା । ଏ ସମ୍ପର୍କରେ ସେ ଖୁଲାସା କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ଗୋଟିଏ ପାକିସ୍ତାନୀ ଗଣମାଧ୍ୟମକୁ ସୂଚନା ଦେଇ ସୋହେଲ ଖାନ କହିଛନ୍ତି, ମୁଁ ଭାବୁଛି ଭାରତ ପାଇଁ ଉମ୍ରାନ ମଲିକ ଜଣେ ଭଲ ବୋଲର । ତାଙ୍କର ଗୋଟିଏ-ଦୁଇଟି ମ୍ୟାଚ୍ ମୁଁ ଦେଖିଛି । ସେ ଜୋରରେ ଦୌଡ଼ୁ ଥିବା ବେଳେ ଅନ୍ୟ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି । କିନ୍ତୁ ଆପଣ ଯଦି ୧୫୦ରୁ ୧୫୫ କିମି ବେଗରେ ପକାଉଥିବା ଖେଳାଳି ହେଉଛନ୍ତି ଦ୍ରୁତ ବୋଲର ବୋଲି କହିବେ, ତା’ହେଲେ ମୁଁ ସେଭଳି ୧୨-୧୫ ଖେଳାଳିଙ୍କୁ ଦ୍ରୁତ ବୋଲର ଭାବେ ଗଣତି କରିପାରିବି ।

ଲାହୋର କଲନ୍ଦର୍ସ ପକ୍ଷରୁ ପାକିସ୍ତାନ ଲିଗ୍ ପାଇଁ ଆୟୋଜନ ହେଉଥିବା ଟ୍ରାଏଲ୍ସକୁ ଯଦି ଆପଣ ଯିବେ, ସେଠାରେ ଏଭଳି ଅନେକ ଖେଳାଳିଙ୍କୁ ପାଇବେ । ପାକିସ୍ତାନର ଘରୋଇ କ୍ରିକେଟରେ ଉମ୍ରାନ ମଲିକଙ୍କ ଭଳି ଅନେକ ବୋଲର ଥିବା ଖାନ କହିବା ସହ ପାକିସ୍ତାନର ଘରୋଇ କ୍ରିକେଟର ସ୍ତର ଅତିକ୍ରମ କରୁଥିବା ଖେଳାଳି ହିଁ ନିଜକୁ ବୋଲର ଭାବେ ପରିଗଣତି କରିବାକୁ ସକ୍ଷମ ବୋଲି ଦମ୍ଭୋକ୍ତି କରିଛନ୍ତି ।

ସୋହେଲ କହିଛନ୍ତି, ଆମ ଘରୋଇ ସେଟଅପ୍ ଉମ୍ରାନ ମଲିକଙ୍କ ଭଳି ବୋଲରଙ୍କ ଦ୍ୱାରା ଭର୍ତ୍ତି ହୋଇ ରହିଛି । ଯେତେବେଳେ ଜଣେ ବୋଲର ଆମ ଘରୋଇ କ୍ରିକେଟର ସ୍ତରକୁ ଅତିକ୍ରମ କରି ଆସୁଛି, ସେ ନିଜର ଦବଦବା ବିଶ୍ୱସ୍ତରରେ ଦେଖାଇ ପାରୁଛି ।