EntertainmentLatest

କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ କୁମାର

ମୁମ୍ବାଇ : (ସଂକେତ ଟିଭି) ବଲିଉଡ ଅଭିନେତା ଅକ୍ଷୟ କୁମାର କାନଡା ନାଗରିକତା ତ୍ୟାଗ କରିବା ନେଇ ସୂଚନା ଦେଇଛନ୍ତି । ଫିଲ୍ମ ଫ୍ଲପ୍ ଭୟରେ ସେ କାନାଡ଼ା ନାଗରିକତା ତ୍ୟାଗ କରିବେ ବୋଲି ଚର୍ଚ୍ଚା ହେଉଛି । ନାଗରିକତା ତ୍ୟାଗ କରିବା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଅକ୍ଷୟ କୁମାରଙ୍କୁ କାନାଡ଼ା ନାଗରିକତା ମିଳିଥିଲା । ଏଥିପାଇଁ ସେ ଅନେକ ସମୟରେ ସମାଲୋଚନାର ଶିକାର ହେଉଥିଲେ । ଭାରତରେ ରହି ଲାଭାନ୍ୱିତ ହେଉଥିବା ବେଳେ ଅକ୍ଷୟ କାନାଡ଼ାର ନାଗରିକ ବୋଲାଉଛନ୍ତି ବୋଲି କହୁଥିଲେ ଲୋକେ । ଏବେ ତାଙ୍କର ଆଗାମୀ ଫିଲ୍ମ ‘ସେଲ୍‌ଫୀ’ ରିଲିଜ୍‌ ହେବାକୁ ଥିବା ବେଳେ କାନାଡ଼ା ନାଗରିକତା ତାଙ୍କୁ ଅଡ଼ୁଆରେ ପକାଇଛି । ତେଣୁ ସେ ପାସ୍‌ପୋର୍ଟ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅକ୍ଷୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏଥିପାଇଁ ସେ ଆବେଦନ କରିଛନ୍ତି । ଦେଶ ପ୍ରତି ତାଙ୍କ ଭଲ ପାଇବାକୁ ପ୍ରମାଣିତ କରିବା ପାଇଁ ସେ କାନାଡ଼ା ନାଗରିକତା ତ୍ୟାଗ କରିଦେବେ ବୋଲି ଅକ୍ଷୟ କହିଛନ୍ତି ।

ସେ କହିଛନ୍ତି “ଭାରତ ମୋ ପାଇଁ ସବୁକୁଛି । ଯାହା ମୁଁ ଆୟ କରିଛି ଯାହା ମୁଁ ପାଇଛି ସବୁ ଏଇଠି । ମୁଁ ନିଜକୁ ସୌଭାଗ୍ୟ ମନେ କରେ ଯେ ଭାରତମାତା ପାଇଁ କିଛି କରିବାର ସୁଯୋଗ ମିଳିଛି । ତେବେ ଲୋକେ କିଛି ନ ଜାଣି ଯେତେବେଳେ ମନ୍ତବ୍ୟ ଦିଅନ୍ତି ସେତେବେଳେ ଖରାପ ଲାଗେ ।” ଦିନ ଥିଲା ୧୯୯୦ ସମୟରେ ତାଙ୍କର ୧୫ ଟି ଫିଲ୍ମ ଫ୍ଲପ୍ ହୋଇସାରିଥିଲା । ବକ୍ସ ଅଫିସ୍‌ରେ ଖରାପ ପ୍ରଦର୍ଶନ ଚାପ ଯୋଗୁ ସେ କାନାଡ଼ା ନାଗରିକତା ପାଇଁ ଆବେଦନ କରିଥିଲେ ବୋଲି ଅକ୍ଷୟ କହିଛନ୍ତି ।