EntertainmentLatest

ନିନ୍ଦୁକଙ୍କୁ ଉତ୍ତର ଦେଲେ ରଶ୍ମିକା ମନ୍ଦାନା

ମୁମ୍ବାଇ : (ସଂକେତ୍ ଟିଭି) ଶେଷଥର ବିକାଶ ବହଲଙ୍କ ‘ଗୁଡ୍‌ବାଏ’ ଚଳଚ୍ଚିତ୍ରରେ ଦେଖାଦେଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା କ୍ରୋଧ ଜର୍ଜର ନିନ୍ଦୁକମାନଙ୍କୁ ଶେଷରେ ଉତ୍ତର ଦେଇଛନ୍ତି । କିଛିଦିନ ପୂର୍ବରୁ ରଶ୍ମିକା ଗଣମାଧ୍ୟମକୁ କହିଥିଲେ ଯେ ସେ ‘କାନ୍ତାରା’ ଚଳଚ୍ଚିତ୍ର ଦେଖିନାହାନ୍ତି । ଏହି କଥାଟି ‘କାନ୍ତାରା’ର କିଛି ଅନ୍ଧ ପ୍ରଶଂସକଙ୍କୁ ଏତେ ମର୍ମାହତ କଲା ଯେ ସେମାନେ ରଶ୍ମିକାଙ୍କୁ ଭର୍ତ୍ସନା କରି ଘୃଣାପୂର୍ଣ୍ଣ ମେସେଜ ପଠାଇବା ଆରମ୍ଭ କରିଥିଲେ । ଏବେ କିନ୍ତୁ ଏହି କନ୍ନଡ଼ ତାରକା ଉକ୍ତ ଚଳଚ୍ଚିତ୍ରଟିକୁ ଦେଖିସାରିଛନ୍ତି ଏବଂ ଚଳଚ୍ଚିତ୍ରର ସଫଳତା ନେଇ ଏହାର ଟିମ୍‌କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରକାଶ କରିଛନ୍ତି ।

ତାଙ୍କ ପ୍ରତି ଘୃଣା ବ୍ୟକ୍ତ କରୁଥିବା ଲୋକଙ୍କୁ ତାଙ୍କର ଉତ୍ତର ହେଲା ସେମାନଙ୍କ ଲାଗି ତାଙ୍କ ମନରେ କେବଳ ଭଲପାଇବା ଅଛି । ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଜୀବନରେ କ’ଣ ଚାଲିଛି ତାହା ନିନ୍ଦୁକଙ୍କୁ ଉତ୍ତର ଦେଲେ ରଶ୍ମିକା ଲୋକମାନେ ଜାଣନ୍ତି ନାହିଁ; ସେ କ୍ୟାମେରା ଲଗାଇ ନିଜର ବ୍ୟକ୍ତିଗତ ଜୀବନ ସମସ୍ତଙ୍କୁ ଦେଖାଇପାରିବେ ନାହିଁ । ତେବେ ଲୋକେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଯାହା କୁହନ୍ତି ତାହା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତାଙ୍କ ପେସାଦାର ଜୀବନକୁ ନେଇ ଲୋକଙ୍କ ମନ୍ତବ୍ୟ କିନ୍ତୁ ତାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ପେସାଦାର ଜୀବନ ଆଗକୁ ‘ମିଶନ ମଜନୁ’ ଚଳଚ୍ଚିତ୍ରର ମୁକ୍ତିଲାଭ ଦେଖିବ, ଯେଉଁଥିରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଅଭିନୟ କରିଛନ୍ତି । ତା’ ସହିତ ତାଙ୍କ ହାତରେ ଅଛି ରଣବୀର କପୁରଙ୍କ ସହିତ ‘ଆନିମଲ୍‌’ ଏବଂ ‘ପୁଷ୍ପା’ର ପରବର୍ତ୍ତୀ ସଂସ୍କରଣ ଅନ୍ତର୍ଭୁକ୍ତ ।