EntertainmentLatest

ଅମିତାଭଙ୍କୁ ଟାର୍ଗେଟ କଲେ କଙ୍ଗନା ରଣାୱତ

ମୁମ୍ବାଇ : (ସଂକେତ ଟିଭି) ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ । ସେ ନିଜ ବିବାଦୀୟ ବୟାନକୁ ନେଇ ପୁଣି ଥରେ ଲାଇମ ଲାଇଟ୍‌କୁ ଆସିଛନ୍ତି । ଏଥର କଙ୍ଗନା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କରିଛନ୍ତି ଟାର୍ଗେଟ୍ । କେଳବ ସେ ନୁହନ୍ତି ଟାଇଗର ସ୍ରଫଙ୍କୁ ମଧ୍ୟ ସେ ଛାଡି ନାହାନ୍ତି । ବିଗ୍‌ ବି’ ଅମିତାଭ ବଚ୍ଚନ ଓ ଟାଇଗର ସ୍ରଫଙ୍କୁ କଙ୍ଗନା ବଲିଉଡର ମାଫିଆ ବୋଲି କହିଛନ୍ତି ।

ପ୍ରକୃତରେ କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ଯେଉଁ ଦିନ ରିଲିଜ ହେବ ସେହି ଦିନ ହିଁ ଅମିତାଭ ବଚ୍ଚନ ଓ ଟାଇଗର ସ୍ରଫଙ୍କ ଫିଲ୍ମ ‘ଗଣପତ’ ରିଲିଜ ହେବାକୁ ଯାଉଛି । ଏହି ଦୁଇ ଫିଲ୍ମ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଏହାକୁ ନେଇ ଏବେ ପଙ୍ଗା କୁଇନ୍ ରାଗି ଯାଇଛନ୍ତି । ସେ ଟ୍ୱିଟ୍ କରି ବିଗ୍ ବି’ଓ ଟାଇଗରଙ୍କୁ ପରୋକ୍ଷରେ ଟାର୍ଗେଟ୍‌
କରି କହିଛନ୍ତି, ‘ଏମରଜେନ୍ସି ସହ ବଲିଉଡ ମାଫିଆମାନେ ଟକ୍କର ଦେଉଛନ୍ତି । ମୋ ଫିଲ୍ମ ଆସନ୍ତା ୨୦ ଅକ୍ଟୋବରରେ ରିଲିଜ କରିବାକୁ ଚାହୁଁଥିଲି, କିନ୍ତୁ ବଲିଉଡ ମାଫିଆମାନେ ଜୋର ଜବରଦସ୍ତି ମୋ ଫିଲ୍ମ ସହ ଟକ୍କର ଦେବାକୁ ଚାହୁଁଛନ୍ତି ।’

ଅନ୍ୟ ଏକ ଟ୍ୱିଟରେ କଙ୍ଗନା ‘ଗଣପତ’ ଫିଲ୍ମର ପ୍ରଡ୍ୟୁସରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଏମରଜେନ୍ସି ଫିଲ୍ମର ରିଲିଜ ତାରିଖକୁ ନଜରରେ ରଖି ଗଣପତ ଫିଲର ରିଲିଜ ତାରିଖ ଯୋଜନାବଦ୍ଧ ଭାବେ ଘୋଷଣା କରାଯାଇଛି । ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ମାସରେ ଅନେକ ତାରିଖ ରିଲିଜ ପାଇଁ ଥିବା ବେଳେ ବଲିଉଡ ମାଫିଆମାନେ ଠିକ୍ ସେହି ଦିନକୁ ହିଁ ରିଲିଜ ପାଇଁ ବାଛିଛନ୍ତି ।’

ଦୀର୍ଘ ଦିନ ହେବ କଙ୍ଗନା ତାଙ୍କ ଅପ୍‌କମିଂ ଫିଲ୍ମ ‘ଏମରଜେନ୍ସି’କୁନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ କଙ୍ଗନାଙ୍କୁ ପୂର୍ବତନ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଫ୍ୟାନ୍‌ମାନେ ମଧ୍ୟ କଙ୍ଗନାଙ୍କ ଏହି ଫିଲ୍ମ ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏବେ ବଲିଉଡ ମାଫିଆମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଫିଲ୍ମ ସହ କ୍ଲାସ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ ଆଣିଛନ୍ତି ।