ଭଗବାନଙ୍କ ଶରଣ ନେଲେ ଖରାପ ଫର୍ମରେ ଥିବା କେ.ଏଲ୍ ରାହୁଲ ଓ ପତ୍ନୀ ଆଥିୟା

ନୂଆଦିଲ୍ଲୀ : (ସଂକେତ ଟିଭି) କ୍ରିକେଟର କେ.ଏଲ ରାହୁଲ ତାଙ୍କ କ୍ୟାରିୟରରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଏନେଇ ସେ ଚାରିଆଡେ ଚର୍ଚ୍ଚାର ଶିକାର ହୋଇଛନ୍ତି । ଦିନିକିଆ ଦଳର ଉପ-ଅଧିନାୟକ ଯିବା ପରେ କେ.ଏଲ ରାହୁଲଙ୍କଠାରୁ ଟେଷ୍ଟରୁ ମଧ୍ୟ ଏହି ଦାୟିତ୍ୱ ଛଡାଇ ନିଆଯାଇଛି। ବର୍ତ୍ତମାନ ଦଳରେ ତାଙ୍କ ସ୍ଥାନ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏହି ସମୟରେ ସେ ଭଗବାନଙ୍କ ଶରଣରେ ପହଞ୍ଚିଛନ୍ତି।

ଇନ୍ଦୋରରେ ଆୟୋଜିତ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ କେ.ଏଲ ରାହୁଲ ସ୍ତ୍ରୀ ଆଥିୟା ଶେଟ୍ଟୀଙ୍କ ସହ ଉଜୈନର ମହାକାଳ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଉଭୟ ଜଳାଭିଶେକ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଭୟ ବିବାହ ପରେ ପ୍ରଥମ ଥର ପାଇଁ ମହାକାଳ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ନାଗପୁରରେ ସିରିଜର ପ୍ରଥମ ଟେଷ୍ଟ ପୂର୍ବରୁ କେଏଲ ରାହୁଲ ସାଇ ବାବାଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ।